ଲୁଚକାଳି ଖେଳ (ଆଲବର୍ଟ କାମ୍ୟୁଙ୍କ ନାଟକ "କ୍ରସ-ପର୍ପଜ୍'ର ଗଳ୍ପ ରୂପାନ୍ତର) ଆକାଶ ଏଠି ସବୁବେଳେ ମେଘୁଆ, ଫୁଲାଫୁଲା । ଏଇ ଏବେ ବର୍ଷିବ, ଆଉ ଟିକେପରେ ବର୍ଷିବର ଇସାରା । ମାଟି ବାଲି ଏଠି ସବୁବେଳେ ଓଦା । ଚେକୋସ୍ଲୋଭାକିଆର ଏ ନଦୀତଟ ସବୁବେଳେ ସନ୍ତସନ୍ତିଆ । ପବନ ଏଠି ସବୁବେଳେ ଗୁମ୍ସୁମ୍ । ଜଣେ ଖରା ଖାଇବାର ଅଭିପ୍ରାୟ ନେଇ ଏଇ ନଦୀତଟକୁ କେବେ ବି ଆସେନାଇଁ । ଆଖପାଖର ବାସିନ୍ଦା ଖରା ପଡୁଥିବା ବାଲିଯାଗା ଚାଖଣ୍ଡେ ପାଇଁ ହାଉଁଳି ଖାଇଯାଆନ୍ତି । ବୟସ ଗଡ଼ିଯାଏ ସିନା ନରମ ଖରାର ବିଛଣା ଖଣ୍ଡେ ମିଳେନା । ଏମିତି ଏକ ନଦୀତଟରେ ମାର୍ଥା ଓ ତାର ମା ଅନେକ ଦିନରୁ ଏକାଠି ରହୁଛନ୍ତି । ତିନି ମହଲା ପୁରୁଣା ଘରଟିଏ । ତଳେ ମା-ଝିଅ ରହନ୍ତି ଓ ଉପର ଦୁଇମହଲାରେ କେବେ କୌଣସି ଯାତ୍ରୀ ଆସିଲେ କୋଠରିଟିଏ ଭଡ଼ାରେ ଦିଅନ୍ତି । ମଝିରେ ମଝିରେ ସେମାନେ କୌଣସି ଧନୀ ବ୍ୟକ୍ତିକୁ ଏକାଧିକବାର ଜାଣିଲେ ରାତିଅଧରେ ଭୟଙ୍କର କାମଟିଏ ବି କରିପକାନ୍ତି । ସକାଳୁ ପୁଣି ଗତାନୁଗତିକତାର ଜୀବନଟା ଚଳପ୍ରଚଳ ହେଉଥାଏ । ମାର୍ଥା ସ୍ୱପ୍ନ ଦେଖିପକାଏ ପ୍ରଚୁର । ମାର୍ଥାକୁ ଏବେ ତିରିଶ ପୁରିଲା । ମୁହଁରେ ହସ ଟିକେ କେବେହେଲେ ଖେଳାଇବା ପାଇଁ ତାର ଫୁରସତ ଥାଏନା । ତା ମା କେବେ ଥରେଅଧେ କହିଛି, "ତୋ ମୁହଁରେ ମୁଁ ହସ ଟିକେ କେତେବେଳେ ଦେଖୁନି?’ ମାର୍ଥା କହିଛି, "ମୁଁ ହସେଁ ମା, ମୋ କୋଠରିକୁ ରାତିରେ ଶୋଇବାକୁ ଗଲାବେଳେ ।’ କିନ୍ତୁ ମା ଜାଣେ ସେ ମିଛ କହୁଛି । କୋଡ଼ିଏ ବର୍ଷ ପୂର୍ବରୁ ତାର ବଡ଼ଭାଇ ଘରଛାଡ଼ି କୁଆଡ଼େ ଚାଲିଯାଇଛି ଯେ ଏମାନେ ତାର ଖବରଅନ୍ତର ରଖିନାହାନ୍ତି । ତା ଭାଇର ମୁହଁ ମାର୍ଥାର ଆଉ ମନେନାହିଁ । ଏପରିକି ତାର ଭାଇଟିଏ କେବେ ଥିଲା ସେ କଥା ବି ତାର ମନେନାହିଁ । ବାପା ତାର ପିଲାବେଳୁ ମରିଯାଇଥିଲେ । ବାପାଙ୍କୁବି ଆଉ ତାର ମନେନାହିଁ । ବୁଢ଼ା ଚାକରଟିଏ ଘରକାମ ଓ ଅତିଥିଂକ କାମ ବୁଝେ କିଛି କିଛି । ବୁଢ଼ାଟି କଥା କହେ କ୍ୱଚିତ୍ । ହୁଁ ହାଁ ରେ କାମ ସାରିଦିଏ । ମାର୍ଥାର ମୁହଁଟା ଏବେ ପଥରପରି ଟାଣ ଦେଖାଯାଉଛି । ସେ ସବୁବେଳେ ସ୍ୱପ୍ନ ଦେଖେ । ତା ପାଖରେ ଯେବେ ଯଥେଷ୍ଟ ପଇସାହେବ ସେ ଓ ତା ମା ଦୁହେଁ ଏ ଜାଗା ଛାଡ଼ି ଚାଲିଯିବେ । ଏ ଛାଇଛାଇର ଇଲାକା ସବୁଦିନ ପାଇଁ ଛାଡ଼ିଦେବେ । ଅହରହ ବର୍ଷା, ଡରଡରୁଆ ଅନ୍ଧାର ରାତି, ଅନବରତ ମେଘୁଆ ଦିନସବୁ ଆଉ ସହି ହେଉନାଇଁ । ବର୍ଷା ତାର ସବୁ ସ୍ୱାଧୀନତାକୁ ଅପହରଣ କରିନେଇଛି । ତାକୁ ଏବେ ଯଥେଷ୍ଟ ସୂର୍ଯ୍ୟକିରଣ ଦରକାର । "ସେତେବେଳେ ଦେଖିବ ମା, ମୋ ମୁହଁରେ କେତେ ହସ ।’ ତା ମା’ର ଆଉ ବଳ ବୟସ ନାହିଁ । ଏପରି ଜଘନ୍ୟ କାମ କରିକରି ସେ ଖୁବ୍ କ୍ଳାନ୍ତ । ସେ ଆଉ ଚାହୁଁନାଇଁ ଏମିତି ହତ୍ୟା କରିବାପାଇଁ । କେହି ଧନୀବ୍ୟକ୍ତି ଯଦିି ଏମାନଙ୍କ "ଇନ୍’ରେ ରହନ୍ତି ତେବେ ଏମାନେ ସଂଧ୍ୟାବେଳେ ଚା’ରେ କିଛି ମିଶାଇ ପିଇବାକୁ ଦିଅନ୍ତି ଓ ରାତି ଅଧରେ ଅଚେତ ହୋଇ ପଡ଼ିଥିବା ଲୋକଟିକୁ ନେଇ ନଦୀ ବନ୍ଧ ଜଳରେ ଫିଙ୍ଗି ଦିଅନ୍ତି । ଫେରିଲା ବେଳକୁ ଓଦା ବାଲି ଉପରୁ ନିଜନିଜ ପାଦଚିହ୍ନକୁ ଲିଭାଇ ଘରକୁ ଫେରନ୍ତି । ସକାଳେ ଝିଅଟି ଭାରି ଖୁସି ଥାଏ । ମା’ର ମନଟା କିନ୍ତୁ ଖୁବ୍ ଭାରି ଭାରି ଜଣାପଡ଼େ । ଅନେକ ବର୍ଷତଳେ ପ୍ରଥମ ହତ୍ୟାକରିବା ଦିନ ଦୁହେଁ ଖୁବ୍ ଯୋଜନା କରିଥିଲେ । ଖୁବ୍ ଉତ୍ଫୁଲ୍ଲ ଥିଲେ, ଆଗ୍ରହୀ ଥିଲେ । ଦ୍ୱିତୀୟ ହତ୍ୟାପରଠୁ ଏହା ଏକ ପ୍ରକାର ଅଭ୍ୟାସରେ ପଡ଼ିଯାଇଛି । ଆଉ ସେ ଆଗ୍ରହନାହିଁ । ଗତାନୁଗତିକ ଭାବରେ କାମ ଚାଲିଛି । ସ୍ୱପ୍ନ କେବେବି ସାକାର ରୂପ ନେଇପାରୁନାହିଁ । ଯେତୋଟି ହତ୍ୟା କଲେ ମଧ୍ୟ ଏ ସ୍ଥାନ ଛାଡ଼ି ଅନ୍ୟତ୍ର ବସବାସ କରିବା ସମ୍ଭବ ହୋଇପାରୁନାହିଁ । ଆଜି ଅପରାହଣରେ ଜଣେ ଭଦ୍ରବ୍ୟକ୍ତି ଆସି "ଇନ୍’ ଦେଖିଗଲେ ଏବଂ କହିଗଲେ ସେ ସଂଧ୍ୟାରେ ଆସି ରାତିକପାଇଁ ରହିବେ । ଖୁବ୍ ଧନୀ ଜଣାପଡୁଥିଲେ ବେଶ ପୋଷାକରୁ । ମାର୍ଥା ତାକୁ ଦେଖିନାଇଁ । ସେ ମା’କୁ ପଚାରୁଛି, "ତୁମେ ତାକୁ ଦେଖିଲ
ପୃଷ୍ଠା:Hada bagicha.pdf/୧୯୧
ଦେଖଣା