ଗଳ୍ପବି ସେମିତି, ପ୍ରତିଟି ବାକ୍ୟରେ, ପ୍ରତିଟି ଆଇଡିଆରେ, ସବୁ ଚରିତ୍ରମାନଙ୍କ ସୂକ୍ଷ୍ମ ବ୍ୟବହାରରେ ପାଠକ ସବୁବେଳେ ଲେଖକକୁ ଭେଟେ । ଏକ ସ୍ଥୂଳ ଅନୁଭୂତି ବା ସୂକ୍ଷ୍ମ, ବସ୍ତୁବାଦୀ ଦୃଷ୍ଟିକୋଣ ବା ଅସ୍ତିବାଦ, ଭାବାବେଗର ମୁହର୍ତ ବା ଏକାକୀତ୍ୱର ଏକଲାପଣ, ସମସ୍ତ ଅନୁଭୂତି ଗୋଟିଏ ସୂତାରେ ଗୁଂଥି ହୋଇଯାଏ । ଶବ୍ଦ ସବୁ ବ୍ୟାକରଣ ପୃଷ୍ଠାରୁ ବାହାରି କାବି୍ୟକ ହୋଇଯାଏ । ଗଳ୍ପ ଭିତରେ ତେଣୁ ପାଠକକୁ କିଛି କବିତା, କିଛି କାହାଣୀ, କିଛି ପ୍ରବନ୍ଧ ପାଇଲା ପରି ଲାଗେ । ସବୁ ଥାଏ ମାତ୍ର ସବୁକିଛି ହଜିଯାଇ ଥାଏ । ଗଳ୍ପର ଶବ୍ଦଟିଏ ବି ବେଳେ ବେଳେ ଥିମ୍ ହୋଇ ପାରେ, ବାକ୍ୟଟିଏ ବା ପାରଗ୍ରାଫଟିଏ ବି ଥିମ୍ ହୋଇପାରେ । ତେଣୁ ପାଠକଟିଏ ନିର୍ଦିଷ୍ଟ ଏକ ଥିମ୍ କୁ "କେଚ'ନ କରିପାରେ ମଧ୍ୟ । ଏକାନ୍ତ ଭାବେ ବ୍ୟକ୍ତିଗତ ଥିମ୍ କୁ ଲେଖକ ନୈର୍ବ୍ୟକ୍ତିକ କରିବାକୁ ଚେଷ୍ଟା କରିଥାଏ । ଲେଖକ ନିଜେ ଏ ମହାକାଳ ସମୟର ଏକ କ୍ଷୁଦ୍ରାଦପିକ୍ଷୁଦ୍ରାଂଶ - ଛୋଟ ଏକ ଜଳାକା । ଜୀବନକୁ ଚାହିଁ ନିରୀକ୍ଷଣ କରିବାକୁ ହେଲେ ନିଜ ଜୀବନ ଜଳାକା ହିଁ ଏକମାତ୍ର ବାଟ । ତେଣୁ ଜଳାକାକୁ ନିରନ୍ତର ପରିଷ୍କାର ରଖିବାକୁ ହୁଏ । ନଚେତ ଧୂଳିମଇଳା ବୁଢିଆଣୀ ଜାଲ ଲାଗି ଆରପାଖଟି ଝାଉଁଳିଆ ଦେଖାଯିବାର ସମ୍ଭାବନା ଯଥେଷ୍ଟ ଅଛି । (କାଫ୍କା) ଯାହାର ଜୀବନ-ଜଳାକା ଅପରିଷ୍କାର ସେ ଅନ୍ୟପାଖକୁ ଠିକ୍ କରି ଦେଖି ନ ପାରିବା ସ୍ୱାଭାବିକ । ବେଳେ ବେଳେ ଆମ ଜିଉଁଥିବା ଜୀବନକୁ ଦେଖିବାକୁ ଇଚ୍ଛା ହୁଏ । ଆମେ କିପରି ଜୀବନଟିଏ ଧାରଣ କରି ଚାଲିଛୁଁ ତାକୁ ତଦାରଖ କରିବାକୁ ପଡ଼େ । ସେତେବେଳେ ଜୀବନଟାକୁ ଫିଙ୍ଗି ଦେବାକୁ ହୁଏ ଦୂରକୁ ଓ ପୁଣି ତାକୁ ନୂଆକରି ପାଇବାକୁ ହୁଏ । ନୂଆ, ସଂଶୋଧିତ ଓ ସଜଡ଼ା ଜୀବନଟିଏ । ନିଜ ଜୀବନକୁ ନେଇ ଏପରି ଲୁଚକାଳି ଖେଳକୁ ଅତିଭୌତିକତା କୁହାଯାଏ । କିନ୍ତୁ ଏହା ମଣିଷର ଗଭୀରତମ ପ୍ରବୃତ୍ତି ପ୍ରଧାନ ଜୀବନର ଏକ ନାଟକୀୟ ଉପସ୍ଥାପନ ନୁହେଁ । ଯେମିତି ପୂରାଣ ଓ ପରୀଗପ । ଆମର ବିତ୍ତ, ଶକ୍ତି, ଲକ୍ଷ୍ୟ ଓ ସ୍ୱପ୍ନ - ଏ ସବୁର ଆକସ୍ମିକ ପରିପୂର୍ଣତା ହିଁ ଅତିଭୌତିକ ପର୍ଯ୍ୟ୍ୟାୟ । ଏହା ଜଣେ ସାଧାରଣ ମଣିଷକୁ ଆକସ୍ମିକ ଭାବରେ ଅସାଧାରଣ କରି ଦିଏ । ବିପର୍ଯ୍ୟ୍ୟସ୍ତ ଓ ଭାଙ୍ଗି ଯାଉଥିବା ଜୀବନକୁ ସାଉଁଟିଆଣି ଶୃଙ୍ଖଳିତ କରିବାର ଇଂଗିତ ଦିଏ । ଗଳ୍ପଟିଏ ଗୋଟିଏ କେନଭାସରେ ଅଙ୍କା ଯାଇଥିବା ତୈଳଚିତ୍ର ପରି । ଏକ ସ୍ଥିର ଚିତ୍ରପରି । ଏହାର ଗତିଶୀଳତା ନଥାଇ ପାରେ । ଚରିତ୍ରମାନେ କେହି ନଥାଇ ପାରନ୍ତି । କିଛି ଚରିତ୍ରମାନେ ଦଳବଦ୍ଧ ହୋଇ ସେପାରିର ସେପାରିକୁ ଫେରାର ହୋଇଥାଇ ପାରନ୍ତି । ତେଣୁ ଏ ଗାଁରୁ କାଉକୋଇଲି କୁଆଡ଼େ ଗଲେ ବୋଲି ଯଦି ପାଠକ ମନରେ ପ୍ରଶ୍ନଉଠେ ତେବେ ତାହା ନିରର୍ଥକମନେ ହୋଇପାରେ । କିଛି ଚରିତ୍ର ସ୍ୱପ୍ନବୁଣି ପହଁରୁଥିବା ଅଭ୍ୟାସରେ ପଡ଼ିଥାଇ ପାରନ୍ତି । ବୁଦାତଳେ ସରିସୃପ ପରି ସେଇ ସମାନବାଟରେ ଅହରହ ଘୁରୁଥାଇ ପାରନ୍ତି । କେହି ଜଣେ ନିଜର ହାଡ଼ ଅକାତରେ ଦାନ କରିବାକୁ ପ୍ରସ୍ତୁତ । କେହି ଜଣେ ଗୋଟିଏ ଆଖିରେ କାମ ଚଳିଯିବ ଭାବି ଅନ୍ୟ ଆଖିଟି ଦାନ କରିବାକୁ ପ୍ରସ୍ତୁତ । ଏଠି ଅନ୍ୟମାନେ ପ୍ରେମକରି ଜାଣୁ ନାହାନ୍ତି ତେଣୁ କେହି ଜଣେ ନିଜ ଚାକିରୀ ଛାଡ଼ି ଦେବାକୁ ପ୍ରସ୍ତୁତ । ଫୁଲ ଗଛଟି ମରିଯିବ ଭାବି ପାଣି ଢାଳେ ଦେବାପାଇଁ କେହି ଜଣେ କାଜୁଆଲ ଲିଭ୍ ନେଇ ଜଗିବାକୁ ପ୍ରସ୍ତୁତ । ବର୍ଣବଗିଚାରୁ ଶବ୍ଦ ତୋଳିବା ପାଇଁ କହିଜଣେ ଅର୍ଣଲିଭ୍ ନେବାକୁ ପ୍ରସ୍ତୁତ । କେନଭାସ୍ କେତେ ବିରାଟ ହୋଇପାରେ କି? ଯେତେ ନିଜର କ୍ଷୁଦ୍ରହୃଦୟ, ଯେତେ ନିଜର ଗଳ୍ପାଣୁମାନଙ୍କର ଦୈର୍ଘ୍ୟପ୍ରସ୍ଥ । କେନଭାସଟି ଛୋଟ ଏକ ଦର୍ପଣ ମାପର ହୋଇପାରେ ଯାହା ଭିତରେ ହାତୀଟିଏ ବି ରହିଯାଇ ପାରେ । ଗଳ୍ପର ପୁନଃନିରୀକ୍ଷଣ, ଯାଂଚ ଓ ସଂଶୋଧନ ଅହରହ ଚାଲିବା ସ୍ୱାଭାବିକ । କାରଣ ଲେଖକ ଯେପରି ନିଜେ କୃତନୁହେଁ, ନିଜେ ନିର୍ଦିଷ୍ଟ ଓ ଅନ୍ତିମ ନୁହେଁ, ସେପରିବି ତାର ଲେଖା । ଲେଖକ ଜାତ, ତାର ଲେଖା ମଧ୍ୟ ଜାତ । ଲେଖକର ସ୍ଥିତି ଯେମିତି ଆପେକ୍ଷିକ, ପରିବର୍ତନଶୀଳ, ତା' ଗଳ୍ପବି ସେମିତି । ଲେଖକ ଠାରୁ କେବଳ ଏତିକି ଆଶା କରାଯାଇ ପାରେ ଯେ ସେ ତା ଲେଖାକୁ ନିରାପଦରେ ପ୍ରସବ କରିବ ଓ ପ୍ରସବ ପରର ଲାଳନ ପାଳନରେ ଯେମିତି କିଛି ହେଲେ ତୃଟି ନ ଆସେ, ଆଘାତ ନ ଆସେ, ଆବେଗହୀନ ମୁହୁର୍ତଟିଏ ବି ନ ଆସେ, ତାହା ଲେଖକକୁ ଦେଖିବାକୁ ପଡ଼ିବ । ଯଦି ପ୍ରସୂତ ଗଳ୍ପଟି ଜିଇଁରହେ ତେବେ ଲେଖକଠାରୁ ଭିନ୍ନ ଓ ସ୍ୱତନ୍ତ୍ର ସତ୍ୱ ନେଇ ନିଶ୍ଚୟ ବଞ୍ଚିବ । ଲେଖକର ଅହମ୍ ର ଯେଉଁ ସବୁ ଖାଦ୍ୟ ଯୋଗାଣ ନାଳୀ ତାର ଲେଖାକୁ ଖାଦ୍ୟ ଯୋଗାଇ ଆସୁଥିଲା ଓ ଯେଉଁ ନାଭିରଜ୍ଜୁ ଦ୍ୱାରା ଲେଖାଟି ଖାଦ୍ୟ ଶୋଷଣ କରି ହୃଷ୍ଟପୁଷ୍ଟ ହେଉଥିଲା, ସେସବୁ ଛିନ୍ନହେଲେ ଯାଇ ଲେଖାଟି ସ୍ୱାବଳଂବି ହୋଇପାରେ । ଆତ୍ମପ୍ରକାଶର ଅଭିପ୍ରାୟ ନେଇ ସଦ୍ୟ ଜନ୍ମିତ ଶିଶୁ-ଗଳ୍ପଟି ବାରମ୍ବାର କାନ୍ଦିଉଠେ । ଲେଖକ ବାରମ୍ବାର ତାକୁ ତାର ବର୍ଣବଗିଚାକୁ ବୁଲାଇନିଏ । ତାର ନିରବତା
ପୃଷ୍ଠା:Hada bagicha.pdf/୬୯
ଦେଖଣା