ପରଦିନ ଝାଁକର ବୁଢ଼ା ରାଗ ତମତମ ହୋଇ ତାର ପ୍ରତିଦିନର ପୂଜା ନକରି ଧାଇଁ ଆସିଥିଲା ବିରିପାଲି ଗାଁକୁ । ଗାଁର ମୁଖିଆ ଓ ମୁରବି ପଣିଆ ଥିବା କିଛି ଲୋକଙ୍କୁ ଡାକି ହିରନ୍ ମାଝିକୁ ସମନ୍ ପଠାଇଲା । ହିରନ ମାଝି ତତ୍କ୍ଷଣାତ ଆସି ପହଞ୍ଚିଲା । ତାକୁ ପଚରାଗଲା ସେ ସେହି ଦିନଠୁ ନାରୁନଚା ଆରମ୍ଭ କରିବ ନା ନାହିଁ ? ହିରନ ମାଝି ମୁଣ୍ଡ ପୋତି ବସି ରହିଲା । ବାରମ୍ବାର ପଚରାଯିବା ସତ୍ୱେ କିଛି କହିଲା ନାହିଁ । ହଠାତ୍ ତା ସ୍ତ୍ରୀ ଯଷୋଦା ମାଝି ରାସ୍ତା ଉପରେ ଦୁଲ୍ଦାଲ୍ ପାଦପକାଇ ସଭାସ୍ଥଳ ଆଡ଼କୁ ଝପଟି ଆସୁଥିବାର ଦେଖାଗଲା । ମଝି ରାସ୍ତାରେ ତା ଶାଢ଼ିର ଗଣ୍ଠି ଖୋଲି ଯିବାରୁ ଓ ତା କରାଟ ପଡ଼ିଯିବାରୁ ସମସ୍ତଙ୍କ ସାମନାରେ ନିସଂକୋଚରେ ଗୋଟିଏ ହାତରେ ଶାଢ଼ିକୁ ଧରି ଅନ୍ୟହାତରେ କରାଟ ଗୋଟାଇ ଏକ ମିନିଟ ମଧ୍ୟରେ ଦେହଟାକୁ ସଜାଡ଼ି ଆଣିଲା । ତା ଉଭୟ କାନ୍ଧ, ବାହୁ ଓ ସ୍ତନ ଉପରେ ପ୍ରଚୁର ଚିତା କୁଟାଇ ହେଇଛି । ଲହକା, ନୂଆଁଣିଆ, ଢେଉଢେଉକା ଗାର, ବିନ୍ଦୁ, ବୃତ୍ତ, ମାଛ, ସାପ, ପକ୍ଷୀ କେତେ କଅଣ । ତା ମୁଣ୍ଡର ଖୁପା ବି ଖୋଲି ଯିବାରୁ ଉଭୟ ହାତରେ ବାଳକୁ ସାଉଁଟି ସଙ୍ଗେ ସଙ୍ଗେ ଖୁପା ପାରିଦେଲା । ହାତର ଚୂଡି ଦି'ଡଜନକୁ ଝଣ ଝାଣ କରି ହାତ ହଲାଇ କହିଲା, "ଆମେ ସଫା କଥା କହୁଛୁଁ ନାରୁ ନଚା ଆମ ଦ୍ୱାରାହେଇ ପାରିବ ନାହିଁ, ତୁମେ ଗାଁ ଲୋକେ ଆମକୁ ଯାହା କରୁଛ କର । ଆମେ ଇ ଝାଁକର ବୁଢ଼ାର କଥା ବି ନାଇଁ ମାନି ପାରୁଁ ।' ଏତକ କହି ତା ସ୍ୱାମୀକୁ ସେଠୁ ଝିଂକି ଆଣି ଘରକୁ ଫେରି ଆସିଲା । ସେଦିନ ଉପରଓଳି ଗାଁର ଅନୁଢ଼ା କିଶୋରୀଟିଏ ଲୁଚି ଛପି ଯଷୋଦା ଘରକୁ ମୁହାଁଉ ଥିବାର ଦେଖାଗଲା । ତାକୁ କେହି ଦେଖୁଛନ୍ତି କି ନାଇଁ ଏଇ ଭୟରେ ତା ଆଖି ଦୁଇଟି ସବୁବେଳେ ବୁଲିଯାଉ ଥାଏ ଗାଁର ଭିତର ବାହାର ଚାରିପାଖ । ଶାଢ଼ିଟିଏ ଦେହରେ ଗୁଡ଼ାଇ ହୋଇଛି, ପିନ୍ଧିନାଇଁ । ପଣତର କିଛି ଅଂଶ ରାସ୍ତାରେ ଘୋଷାରି ହେଇ ଚାଲିଛି । ଛାତିଟା ଅଧାମେଲା । ଚାଲିଲା ବେଳେ ଡାହାଣ ଗୋଡଟା ଜଂଘ ପାଖରୁ ମେଲା ଦେଖାଯାଉଛି । ମୁଣ୍ଡର ନୁଖୁରା ବାଳରେ ଦୁଇଟି ଚୁଟି । ଗୋଟିଏ ଚୁଟିରେ ଲାଲ ରଙ୍ଗର ଫିତା ଓ ମଲାଫୁଲଟିଏ । ହାତରେ ଚିତା ଓ ଚୂଡ଼ି । ଗୋଡର ମାଂସପେଶୀରେ ବି ଚିତା । ନଖରେ ମଲାଅଳତା । ଆଗରୁ ତା ଆଖିରେ ହସ ଥିଲା ଓ ପୂରିଲା ପୂରିଲା ଗାଲ ଥିଲା । ଏଇ ସାତଦିନ ଭିତରେ ଆଖି ଦୁଇଟି ନିଷ୍ପ୍ରଭ ଓ ଗାଲର ହାଡ଼ ଉଙ୍କି ମାରିବା ଅବସ୍ଥାରେ । ଲୁଚନ ମାଝିକୁ ବାଘ ଖାଇ ନ ଥିଲେ ଏ ଝିଅଟାକୁ ସେ ବାହା ହୋଇଥାନ୍ତା । ତା ନାଁ ସୁମତି ମାଝି । ସୁମତି ଘର ଭିତରକୁ ଯାଇ ଯଷୋଦାକୁ ଗାଁ ସଭାରେ ଝାଁକର ଯାହା କହିଥିଲା ସବୁ ବଖାଣିଲା । ତାଙ୍କ ଘରକୁ କେମିତି ଆଜିଠୁ ଏକ ଘରକିଆ କରି ଦେଇଛନ୍ତି । ସେ କଥା କହିଲା । "ତୁମେ ପରେ ନାରୁନଚା ଆଉ କଂସାପାନ୍ ନାଇଁ କରି ଯେ ତୁମକୁ ଗାଁର ବାଟ ଘାଟ ମନା, କଲ୍ରୁ ପାଏନ୍ ଆନବାର ମନା, ବନ୍ଧେ ଗାଧବାର୍ ମନା, ଜଙ୍ଗଲରୁ ବାଉଁଶ ଆନ୍ବାର ମନା, ଚାଲ୍ ଗୁଂଥ୍ବାର ମନା, ଦୁର୍ଜନର ଦୁକାନୁ ସାମାନ ଘିନ୍ବାରଟା ମନା, କମାବାର ମନା, ଟାଙ୍ଗିଆ ବାରେସ୍ ଧରବାର ମନା, ହଲ୍ ଚରାବାର ମନା, ଖୁଆ, ଘି ବନାବାର ମନା, ସାଇକଲ୍ ଚଲାବାର ମନା, ଲଂଗଲ ଧରବାର ମନା, ଗୁଡ଼ିକେ ଯାଇ ମୁଡ଼ିଆ ମାରବାର ମନା, ଦେବତା ପୂଜା କରବାର ମନା, ଗାଁର ପରବରେ ସାମିଲ ହେବାର ମନା, କାରଘରେ କିଏ ମରିହଜି ଗଲେ ତୁମକୁ ତେଲ ହଲଦୀ ହେବାରଟା ମନା, ଲୋକବାକ୍ ସାଂଗେ କଥା ହେବାର ମନା, ଆମର ଜାତି ଲୋକେ ବିହାବର୍ପନ କଲେ ତୁମକୁ ଆରୁ ଡକହକା ନାଇଁ କରନ୍, ଝାଁକର ବି ଆଉ ତୁମର ଘରକେ କେଭେ ନାଇଁ ଆସେ, ତୁମର ବାଟ ନାଇ ମାଡ଼େ, ଆଉ ଇ ସବୁ କଥାରେ ଯେନ୍ ବି ଗାଁ ଲୋକେ ଖିଲାପ କର୍ବେ ତାକେ ଦୁଇଶହ ପଚାଶ ଟଙ୍କା ଜରିବାନା ଦେବାକେ ପଡ଼ବା'ା ଏତକ କହିସାରି ସୁମତି ଘଡ଼ିଏ ଦମ୍ ନେଲା । ହିରନ୍ ମାଝିର ଛୋଟ ଝିଅଟି ଆସି ସୁମତି ପାଖେ ବସି କାନ୍ଦିଲା । ସୁମତି ତାକୁ ନିଜ କୋଳକୁ ସାଉଁଟି ନେଲା । ତା ଲୁହ ପୋଛି ଦେଲା । ତା ମୁହଁରେ ନିଜ ମୁହଁ ଘଷି ଦେଲା । ବେଶ କିଛି ଦିନ ହେଲା ସେମାନେ ଦେଖାଚାହାଁ ହୋଇ ନ ଥିଲେ । ସୁମତିର ମା ପଛ ପଟୁ ଦୌଡି ଆସି ତା ଦୁଇଟି ଛୋଟ ଛୋଟ ଚୁଟିକୁ ଜୋରରେ ଟାଣି ତାକୁ ଘୋଷାଡି ନେଇ କହିଲା, "ଚାଲ ହାରାମ୍ଜାଦୀ ତୋତେ ଇଠାନ୍କେ ଆସବାକେ କିଏ କହିଲା? ତୁଇ ବି ଦୁଇଶହ ପଚାଶ ଟଙ୍କା ଜରିବାନା ଦେବୁ କାଁ? ତୋର ଘଇତା କେ ତ ବାଘ ନେଲା, ତୋତେ ଇ ଝାଁକର ବୁଢ଼ା ନେବା, ମର୍ବୁ, ଚାଲ, ଭୁଷୁଡିଁ' ଯଷୋଦା କାନ୍ଦିଲା । ତା ମଲା ପୁଅକୁ କହିଲା, "ତୋତେ ତ ବାଘ ଖାଇଲାରେ ପୁଅ । ଆମକୁ ଇ ଝାଁକର ବୁଢ଼ା ଖାଉ ।' ପୂର୍ଣମୀ ବେଳକୁ ଦେଖାଗଲା ହିରନ୍ ମାଝି, ଯଷୋଦା ମାଝି ଓ ସେମାନଙ୍କ ଛୋଟ ଝିଅଟି ଭୋକ ଉପାସରେ ନିଜ କୁଡିଆ ଅଗଣାରେ ପଡ଼ିଛନ୍ତି । ତାଙ୍କର ଠିଆ ହେବା ପାଇଁ ବଳ ନାହିଁ । ଦେହରୁ ରକ୍ତ ମାଂସ ଶୁଖି ଯାଇଛି । ଆଖି ନିସ୍ତେଜ, ନିଷ୍ପ୍ରଭ ଓ କୋଟରଗତ । ଜିଭ ଓ କଂଠନଳୀ ଶୁଖି ଅଠା ଅଠା । ମୁହଁରୁ ଶବ୍ଦ ବାହାରୁ ନାହିଁ । ଦେହରେ ଉତ୍ତାପ ନାହିଁ । ଶେଥୁଆ ଦେଖାଯାଉଛି ସବୁ ଅବୟବ । ପିଞ୍ଜରା ଭିତରେ ଶୁଆଟି କାଲିଠୁ ମରିଯାଇଛି । ଅଗଣାର ଯତ୍କିଞ୍ଚିତ ଗଛ ମରିଗଲେଣି । ଭାତ ହାଣ୍ଡିରେ ଦୁଇ
ପୃଷ୍ଠା:Hada bagicha.pdf/୯୩
Appearance