ଶାନ୍ତାର ପାଠକୁ ଶୁଣିବାରେ ଧ୍ୟାନ ଦେଲା ଓ ହିରଣ୍ୟଗର୍ଭାୟ ରୂଦ୍ରାୟ ମାରୀଚୟେ ସାଧବେ କାନ୍ତାୟ ଗରୁଡ଼ଧ୍ବଜାୟ ଶୁଣୁ ଶୁଣୁ ନିଦରେ ଶୋଇଗଲା ।
ସେ ଯେତେବେଳେ ନିଦରୁ ଉଠି ଆଖି ଖୋଲିଲା, କିଛି ଗୋଟାଏ ଅସ୍ବାଭାବିକ ଘଟି ଯାଇଥିବାର ଜଣା ଗଲା ତାକୁ । ଘରେ ସାମାନ୍ୟ ଅନ୍ଧାର ଅଲା, କିନ୍ତୁ ବର୍ଷା ପୂରାପୂରି ବନ୍ଦ ହୋଇ ଯାଇଥଲା । ସମୟ ଦେଖିଲା ପାଞ୍ଚଟା ବାଜିଛି । ସବୁ ଚୁପଚାପ ଥିଲା ବର୍ତ୍ତମାନ କେବଳ ପାଖରେ ଶୋଇଥବା ଶାନ୍ତାର ସହଜ ଓ ଧୀର ନିଶ୍ବାସର ଉତ୍ଥାନ ପତନ ବ୍ୟତୀତ । ତାକୁ କଣ ଉଠାଇବ ବର୍ତ୍ତମାନ ? ଏ କଥା ଭାବିଥିବାରୁ ନିଜକୁ ଲଜ୍ଜା ଲାଗିଲା ଅବିନାଶର । ସେ ପୁଣି ଶୋଇବାକୁ ଚେଷ୍ଟା କଲା, କିନ୍ତୁ ନିଦ ଆଉ ଆସିଲା ନାହିଁ । ସେ ବିଛଣାରୁ ଉଠି ଆସିଲା ।
ସାମାନ୍ୟ ଫରଚା ହୋଇ ଆସୁଛି ବାହାରେ । ଭାବିଲା ବାରଣ୍ଡାରେ ଯାଇ ବସିବ । କବାଟ ସାମାନାରେ ଶାନ୍ତାର ଶାଢ଼ି ଟଙ୍ଗା ହୋଇଥିଲା । ହାତ ଦେଇ ଦେଖିଲା ଶାଢ଼ି ଶୁଖି ଯଇଛି । ତାକୁ ଖୋଲି ଭାଙ୍ଗି ଅବିନାଶ ଶାଢ଼ିକୁ ଟେବୁଲ ଉପରେ ରଖିଲା । ଟେବୁଲରେ ଶାନ୍ତାର ଆଉ ସବୁ ଛୋଟ ଛୋଟ ଜିନିଷ ପଡ଼ିଥିଲା । ସେ ତାର ହାତ ଘଡ଼ି ଚଷମା ଓ କବିତା ବହିକୁ ଥର ଥର କହିଲା ଛୁଇଁଲା । ତା ପରେ କବାଟ ଖୋଲି ବାରଣ୍ଡାକୁ ଗଲା ।
ବାହାରେ ସବୁ କିଛି ଅଦ୍ଭୁତ ସବୁଜ ଦେଖା ଯାଉଛି । ସେ ଯଦି ଆଉ ଦିନେ ଦୁଇ ଦିନ ରହି ପାରିଥାନ୍ତା, ଦୁହେଁ ଚାଲି ଚାଲି ଯାଇ ଜଙ୍ଗଲ ଭିତରେ କିଛି ବାଟ ବୁଲି ଥାନ୍ତେ । ଆଗରୁ ତାକୁ ଥକା ଥକା ଲାଗୁଥିଲା । ଆଜି ଯଦିଓ ସେ ଶୀଘ୍ର ନିଦରୁ ଉଠି ପଡ଼ିଥିଲା, ସତେଜ ଲାଗୁଥିଲା ତାକୁ । ରାତିରେ ବେଶି ମଦ ପିଇବାର ଭାର ବି ନଥିଲା ମୁଣ୍ଡ ଭିତରେ । ବର୍ଷା ସହିତ ତାର ଅବସାଦ ବି ଦୂର ହୋଇ ଯାଇ ଥିଲା ଯେପରି ।
ତାକୁ ନିଜ ଗାଡ଼ିର ଖବର ବି ନେବାକୁ ହେବ । ଚୁପଚାପ ପାଦରେ ସେ ଅନ୍ୟ ବାରଣ୍ଡା ଦେଇ ପୋର୍ଟିକୋକୁ ଆସିଲା । ଗାଡ଼ି ଉପରେ ବିନ୍ଦୁ ବିନ୍ଦୁ ପାଣି ଥିଲା ଓ କାଦୁଅ ଛିଟିକା ଲାଗିଥିଲା । ଗାଡ଼ି ଖୋଲି ସେ ପୋଛା କନା ବାହାର କରି ଗାଡ଼ିକୁ ସଫା କଲା । ସେ ଚାବି ଲଗାଇ ଗାଡ଼ି ଚାଲୁଚି କି ନା ଦେଖିବ ବୋଲି ଭାବିଲା, କିନ୍ତୁ ଶବ୍ଦରେ କାଳେ ଶାନ୍ତା ଉଠି ପଡ଼ିବ ସେଥିପାଇଁ ଗାଡ଼ିର କବାଟ ବନ୍ଦ କରି ପୁଣି ଘର ଭିତରକୁ ଆସିଲା ।
୩୫ . ଇନ୍ଦ୍ରଧନୁ, ଆଖି ଓ କବିତାର ଦୀର୍ଘ ଜୀବନ