ଜାତି, ଜାଗୃତି ଓ ପ୍ରଗତି / ୧୦୫
ମାତ୍ର ଦିନକୁ ଦିନ ଓଡ଼ିଶାରେ ଚାଷୀ କମିବାରେ ଲାଗିଛନ୍ତି । ଜନଗଣନା ଅନୁଯାୟୀ ଓଡ଼ିଶାରେ ଜନସଂଖ୍ୟାର ମାତ୍ର ୩୦ ପ୍ରତିଶତ କୃଷକ ଅଟନ୍ତି । କିନ୍ତୁ ୧୯୭୧ ଜନଗଣନା ଅନୁଯାୟୀ ଓଡ଼ିଶାର ଜନସଂଖ୍ୟାର ୪୮ ପ୍ରତିଶତ କୃଷକ ଥିଲେ । ୧୯୮୧ରେ ମଧ୍ୟ ୪୮ % କୃଷକ ଥିଲେ ଏବଂ ୧୯୯୧ ଜନଗଣନା ବେଳକୁ ମଧ୍ୟ ୪୮ % ପାଖାପାଖି
ଥିଲାବେଳେ, ୨୦୦୧ ବର୍ଷ ବେଳକୁ ତାହା କମିଯାଇଛି । କିନ୍ତୁ ଗ୍ରାମାଞ୍ଚଳରେ ଯେଉଁଭଳି ୮୫ରୁ ୯୦ ପ୍ରତିଶତ ଲୋକ ବସବାସ କରୁଥିଲେ, ସେମାନେ ସେହିପରି ବସବାସ କରୁଛନ୍ତି । ତେବେ ଏହି ୮୫ ପ୍ରତିଶତ ଲୋକ କ’ଣ କରୁଛନ୍ତି, ତାହା ଏକ ପ୍ରଶ୍ନବାଚୀ ହୋଇ ଠିଆ ହୋଇଛି । ସାରଣୀ -୨ରେ ତାହା ପ୍ରକାଶ କରିଛୁ ।
ବର୍ଷ | ୧୯୭୧ | ୧୯୮୧ | ୧୯୯୧ | ୨୦୦୧ |
---|---|---|---|---|
ମୋଟ ଜନସଂଖ୍ୟା | ୨କୋଟି୧୯ ଲକ୍ଷ | ୨କୋଟି୬୪ଲକ୍ଷ | ୩କୋଟି୧୭ଲକ୍ଷ | ୩କୋଟି୬୮ଲକ୍ଷ |
ଗ୍ରାମରେ ବାସ କରନ୍ତି | ୨କୋଟି୧ଲକ୍ଷ | ୨କୋଟି୩୩ଲକ୍ଷ | ୨କୋଟି୭୫ଲକ୍ଷ | ୩କୋଟି୬୮ଲକ୍ଷ |
ସହରରେ ବାସ କରନ୍ତି | ୧୮ଲକ୍ଷ | ୩୧ଲକ୍ଷ | ୪୧ଲକ୍ଷ | ୫୫ଲକ୍ଷ |
କୃଷି କ୍ଷେତ୍ରରେ କର୍ମରତ ହଳିଆ | ୫୩ଲକ୍ଷ | ୬୪ଲକ୍ଷ | ୭୬ଲକ୍ଷ | ୫୫ଲକ୍ଷ |
କୃଷକ | ୩୪ଲକ୍ଷ | ୪୦ଲକ୍ଷ | ୪୬ଲକ୍ଷ | ୩୪ଲକ୍ଷ |
କୃଷିକ୍ଷେତ୍ରରେ କର୍ମରତ ଶ୍ରମିକ | ୧୯ଲକ୍ଷ | ୨୪ଲକ୍ଷ | ୩୦ଲକ୍ଷ | ୨୧ଲକ୍ଷ |
ଗ୍ରାମାଞ୍ଚଳରେ ବାସ କରୁଥିବା ଲୋକ(ଶତକଡ଼ା) | ୯୧.୬% | ୮୮.୩% | ୮୬.୬% | ୮୫% |
କୃଷିକ୍ଷେତ୍ରରେ କାମ କରୁଥିବା ଲୋକସଂଖ୍ୟା | ୪୮.୪% | ୪୮.୪୮% | ୪୭.୯୫% | ୨୯.୮୯% |
ଆମର ଜନସଂଖ୍ୟା ୧୯୯୧ ବର୍ଷ ତୁଳନାରେ ୨୦୦୧ ବେଳକୁ ପ୍ରାୟ ୫୧ଲକ୍ଷ ଲୋକ ବଡ଼ିଲେ, କିନ୍ତୁ ଚାଷୀ ସଂଖ୍ୟା ଓ ଚାଷକୁ ନେଇ ବଞ୍ଚିବା ଲୋକସଂଖ୍ୟା ପ୍ରାୟ ୪୨ଲକ୍ଷ କମିଗଲେ । ଯଦି ପୂର୍ବ ଜନଗଣନାର ଅନୁପାତକୁ ଦେଖାଯାଏ, ତେବେ ୨୦୦୧ ବେଳକୁ ଆମ ଓଡ଼ିଶାରେ ଏକକୋଟି ୭୬ଲକ୍ଷ ୬୪ହଜାର କୃଷକ ଓ କୃଷିକୁ ଜୀବିକା ବୋଲି ଗ୍ରହଣ କରିଥିବା ଲୋକ ଥାଆନ୍ତେ । କିନ୍ତୁ ତାହା ହୋଇପାରିନାହିଁ । ଏ ଅବସ୍ଥାପାଇଁ ଦାୟୀ କିଏ?
ଆମ ସରକାର ପରମାଣୁ ଶକ୍ତି ପ୍ରସାର, ଶିଳ୍ପ ପ୍ରସାରପାଇଁ କମ୍ପାନୀଙ୍କୁ ଡାକିବା, ସ୍ୱତନ୍ତ୍ର ଅର୍ଥନୈତିକ ଜୋନ୍ ପ୍ରତିଷ୍ଠା, ବଳକା ବଜେଟ୍ କରିବା, ଇତ୍ୟାଦି କାମରେ ବ୍ୟସ୍ତ । ତେବେ ଏ ଅସୁବିଧାର ସମାଧାନ କରିବାର ଦାୟିତ୍ୱ କିଏ ନେବ, ତାହା ଆଜି ଦିନରେ ଏକ ଚିନ୍ତାଜନକ ବିଷୟ ହୋଇରହିଯାଇଛି ।
***