ପୃଷ୍ଠା:Jati, Jagruti o Pragati.pdf/17

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

୧୮ / ଜାତି, ଜାଗୃତି ଓ ପ୍ରଗତି

ଏହାକୁ ହିନ୍ଦୁମାନଙ୍କର ଚାରିଟି ଧାର୍ମିକମାସ- ଆଷାଢ଼, କାର୍ତ୍ତିକ, ମାର୍ଗଶୀର, ବୈଶାଖ ବୋଲି କହୁଥିବା ବେଳେ ଆଉ କେତେକ ବିଜ୍ଞ ଏହି ଚାରିମାସର ଅନୁକୂଳ ମୌସୁମୀବାୟୁ ଯୋଗୁଁ ସାଧବପୁଅ ବଣିଜ କରିବାକୁ ବିଦେଶ ଯାଆନ୍ତି ବୋଲି କହିଥାନ୍ତି । ତେବେ ଦୁଇଟିଯାକ କଥା ସଂପୂର୍ଣ୍ଣ ମିଛ । ପ୍ରଥମ ତଥ୍ୟଟି ଓଡ଼ିଆ ସାଧବପୁଅକୁ ପଙ୍ଗୁ କରିଥିବା ତଥା ଧର୍ମଭୀରୁ ଓଡ଼ିଆଙ୍କ ମାନସପଟକୁ ସଂପୂର୍ଣ୍ଣ ଆଚ୍ଛାିଦିତ କରିଥିବା ବ୍ରାହ୍ମଣମାନଙ୍କର ନବ୍ୟ ବ୍ରାହ୍ମଣ୍ୟବାଦର ପ୍ରତିଷ୍ଠାପାଇଁ ଏହା ଏକ କୁତ୍ସିତ ପ୍ରୟାସ । ନଚେତ୍ ପରମ୍ପରା ମଧ୍ୟରେ ବଞ୍ଚି ରହିଥବା ଏହି ବାସ୍ତବ ସତ୍ୟକୁ ଧର୍ମସହିତ ସଂପୃକ୍ତ କରାଇ ନ ଥାନ୍ତେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଓଡ଼ିଶାର ଗାଁ’ଗହଳିରେ ପାଳନ କରାଯାଉଥିବା ବିଭିନ୍ନ ଓଷା, ବ୍ରତ, ଉପାସନା ଆଦିରେ ଭକ୍ତ ଓ ଭଗବାନଙ୍କ ମଧ୍ୟସ୍ଥି ବୋଲାଉଥିବା ବ୍ରାହ୍ମଣମାନଙ୍କର କୌଣସି ଭୂମିକା ନାହିଁ । ସ୍ୱାମୀ, ସନ୍ତାନ ତଥା ପରିବାରର ମଙ୍ଗଳ କାମନାପାଇଁ ଓଡ଼ିଆଘରର ବୋହୂଟିଏ ଯେଉଁ ଦୈବୀ ଉପାସନା ଓ ଆରାଧନା କରେ, ତାହା ନିଜସ୍ୱ ଶୈଳୀରେ ଓ ବିନା କୌଣସି ମନ୍ତ୍ରତନ୍ତ୍ରର ଉଚ୍ଚାରଣରେ । ବରଂ ପ୍ରାଚୀନ ଓଡ଼ିଆ ଚାରଣ କବିଙ୍କଦ୍ୱାରା ରଚିତ ଅତୀତ ଉକ୍ରଳର ଐତିହାସିକ କାହାଣୀକୁ କବିତା ମାଧ୍ୟମରେ ପାଠକରି ଶକ୍ତି ଉପାସନାରେ ନିଜକୁ ନିବିଷ୍ଟ କରିଥାଏ । ଓଡ଼ିଆ ନାରୀର ଓଷାବ୍ରତ ସହ ବେପାର ବଣିଜର ଇତିହାସ ପାଠ କରିବା ହିଁ ସୂଚାଇଥାଏ ଅତୀତ ଉକ୍ରଳର ନୌବାଣିଜ୍ୟ ପରମ୍ପରା । ତେଣୁ ଆ, କା, ମା, ବଇ, ଧାର୍ମିକ ମାସ ନୁହେଁ, ବରଂ ସାଧବପୁଅଦ୍ୱାରା ସୃଷ୍ଟି ଚାରିଟି ମୁଖ୍ୟ ଉପନିବେଶର ସଂକ୍ଷିପ୍ତ ନାମ ଆ- ଆନ୍ନମ(ଭିଏତନାମ), କା- କାମ୍ବଡ଼ିଆ, ମା- ମାଳୟ, ବଇ- ବାଲିଦୀପ । କାର୍ତ୍ତିକ ପୂର୍ଣ୍ଣମୀର ପାହାନ୍ତା ପ୍ରହରରେ ଏହି ଚାରିଟି ଶବ୍ଦ ଉଚ୍ଚାରଣ କରି ପାନଗୁଆ ସହ ଛୋଟିଆ ବୋଇତଟିଏ ଭସାଇ ଦେବାର ଅର୍ଥ ହେଲା, ବହୁବର୍ଷ ପୂର୍ବେ ଏହି ମାହେନ୍ଦ୍ର ବେଳାରେ ଓଡ଼ିଆ ଘରର ବୋହୂମାନେ ବନ୍ଦାପନା କରି ସାଧବପୁଅକୁ ବିଦାୟ ଦେଉଥିଲେ ବିଶେରେ ବେପାର ବଣିଜ କରିବାପାଇଁ । ସାଧବପୁଅର ମଙ୍ଗଳକାମନା କରିବା ଉଦ୍ଦେଶ୍ୟରେ ଘରର ପ୍ରୌଢ଼ାଗଣ ପୂର୍ଣ୍ଣମୀ ପୂର୍ବର ୫ ଦିନ ନିଷ୍ଠାପର ଭାବେ ବିଭିନ୍ନ ପୂଜାର୍ଚ୍ଚନାରେ ବ୍ୟସ୍ତ ରହୁଥିଲେ, ଯାହା ପଞ୍ଚୁକନାମରେ ଖ୍ୟାତ । ପାନଗୁଆ ହେଉଛି, ଶୁଭ ଓ ବନ୍ଧୁତାର ସୂଚକ । ଯାହା ଏବେ ମଧ୍ୟ ଓଡ଼ିଆ ପରମ୍ପରାରେ ପ୍ରଚଳିତ । ବ୍ରିଟିଶଙ୍କ ଭଳି କଳିଙ୍ଗବାସୀ ଉପନିବେଶକୁ ଶୋଷଣର କ୍ରୀଡ଼ାସ୍ଥଳୀ ଭାବେ ଗ୍ରହଣ କରି ନ ଥିଲେ । ବରଂ ଏକ ବନ୍ଧୁତାର ସଂପର୍କରେ ବାନ୍ଧି ଦେବାକୁ ଆଗଭର ହେଉଥିଲେ ।

ବୈଶାଖରୁ କାର୍ତ୍ତିର୍କମାସ ପର୍ଯ୍ୟନ୍ତ ଶୂଦ୍ର ଶିଳ୍ପୀକୂଳର ସାଧବଗଣ ରପ୍ତାନୀ ଉଦ୍ଦେଶ୍ୟରେ ବିଭିନ୍ନ ବସ୍ତୁ ନିର୍ମାଣ ଓ ସଂଗ୍ରହ ଅଭିଯାନ ଶେଷ କରି କାର୍ତ୍ତିକ ଅମାବାସ୍ୟା