ପୃଷ୍ଠା:Jati, Jagruti o Pragati.pdf/18

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଜାତି, ଜାଗୃତି ଓ ପ୍ରଗତି / ୧୯

ବା ଆଲୋକର ପର୍ବ ଦୀପାବଳୀ ଦିନ ଲକ୍ଷ୍ମୀପୂଜା ପାଳନ କରିଥା’ନ୍ତି । ପରଦିନ ପ୍ରାତଃକାଳରୁ ସାଧବାଣୀଦ୍ୱାରା ବୋଇତ ବନ୍ଦାପନା ପରେ ସଂଗୃହୀତ ଜିନିଷପତ୍ର ଲଦା ହୁଏ କାର୍ତ୍ତିକପୂର୍ଣ୍ଣମୀ ପର୍ଯ୍ୟନ୍ତ । ଏହି ସମୟରେ ଉତ୍ତରା ଅନୁକୂଳ ପବନ ଅର୍ଥାତ୍ ଅକ୍ଟୋବର-ନଭେମ୍ବର ମାସରେ ଉତ୍ତରା ପବନ ପ୍ରବାହିତ ହେବାରୁ ଓ ଝଡ଼ବର୍ଷାର ଆଶଙ୍କା ନ ଥିବାରୁ, କଳିଙ୍ଗ ଉପକୂଳରୁ ଓଡ଼ିଆ ସାଧବଗଣ ନିଜର ପଣ୍ୟସମ୍ଭାରଯୁକ୍ତ ବିଶାଳ ବୋଇତମାଳା ନୀଳାମ୍ବୁ ସାଗର ବକ୍ଷରେ ମେଲାଇ ପୂର୍ବ ଦ୍ୱୀପପୁଞ୍ଜକୁ ନେଇ ଯାଉଥିଲେ । କାର୍ତ୍ତିକଠାରୁ ଚୈତ୍ର ପର୍ଯ୍ୟନ୍ତ ସେଠାରେ ବାଣିଜ୍ୟ କାରବାର କରି ଦକ୍ଷିଣାପବନ ବୋହିବା ଆରମ୍ଭ ହେବା ମାତ୍ରେ, ବୈଶାଖ ମାସ ପୂର୍ବରୁ ଓଡ଼ିଶାର ପୋତାଶ୍ରୟଗୁଡ଼ିକୁ ଫେରିଆସୁଥିଲେ । ଦୀର୍ଘଦିନର ବିଚ୍ଛେଦ ପରେ ସାଧବ ପରିବାରରେ ଏହି ଅପୂର୍ବ ମିଳନକୁ ମହାଆଡ଼ମ୍ବର ସହିତ ପାଳନ କରାଯାଉଥିଲା ବୈଶାଖର ପ୍ରଥମ ଦିନ ପଣାସଂକ୍ରାନ୍ତି ଭାବରେ । ଆଜି ଆମେ ବୈଶାଖ ମାସର ପ୍ରଥମ ଦିନରେ ପଣା ପିଉଛୁ, ଜଳଦାନ ଦେଉଛୁ, କାର୍ତ୍ତିକ ମାସରେ ଡଙ୍ଗା ଭସାଉଛୁ, ମାତ୍ର ପୂର୍ବ ଗୌରବର ସେହି ବାଣିଜ୍ୟିକ ପରମ୍ପରାକୁ ସଂପୂର୍ଣ୍ଣ ରୂପେ ପାଶୋରି ପକାଇଛୁ ।

ବୋଇତ ବିଲୁପ୍ତ ହେଲା କିପରି?

ଆଧୁନିକ ଓଡ଼ିଆ ସାହିତ୍ୟର ସ୍ରଷ୍ଟା ବ୍ୟାସକବି ଫକୀରମୋହନଙ୍କ ବାଲ୍ୟକାଳ ବୋଇତର ପାଲ ସିଲେଇ ତଦାରଖରେ କଟିଥିଲା । ତାଙ୍କ ରଚିତ କେତୋଟି ଗଳ୍ପରେ ମଧ୍ୟ ସେ ସମୟର ନୌବାଣିଜ୍ୟ ଘଟଣା ବର୍ଣ୍ଣିତ । ୧୬୬୪ରେ ବଙ୍ଗ ଶାସକ ସାଇସ୍ଥା ଖାଁ ବାର୍ଷିକ ଟିକସ ବାବଦରେ ବାଲେଶ୍ୱରର ପିପିଲି ବନ୍ଦରରୁ ୪/୬ଶହ ଟନ୍ ବିଶିଷ୍ଟ ଦୁଇଟି ବୋଇତ ନେବା ଉକ୍ରଳୀୟ ସମୃଦ୍ଧ ନୌବାଣିଜ୍ୟକୁ ସୂଚିତ କରିଥାଏ । ଏଥିସହିତ ହଣ୍ଟର, ଷ୍ଟର୍ଲିଂ, ବିମ୍‌ସ ଆଦି ଅନେକ ଇଂରାଜୀ ଅଫିସରଙ୍କ ଆଲେଖ୍ୟ, ତଥା ଇଂରେଜ ଦସ୍ତାବିଜରୁ ଜଣାପଡ଼େ ଯେ, ଓଡ଼ିଶାରେ ସାମୁଦ୍ରିକ ବାଣିଜ୍ୟ ଊନବିଂଶ ଶତାବ୍ଦୀର ଶେଷ ପର୍ଯ୍ୟନ୍ତ ବଞ୍ଚିଥିଲା । ତେବେ ୧୮୫୩ ମସିହାରେ ଇଂରେଜଦ୍ୱାରା ପ୍ରଣୀତ ଆଇନ୍ ଓ ବିପୁଳ କର ନିର୍ଦ୍ଧାରଣ ଉତ୍କଳୀୟ ବୋଇତ ନିର୍ମାଣ କଳାକୁ ହ୍ରାସ ଘଟାଇବା ସହ ନୂତନ ଯନ୍ତ୍ରଚାଳିତ ଜାହାଜର ବ୍ୟାପକ ପ୍ରଚଳନ ଓ ବଙ୍ଗୋପସାଗରରେ ଓଲନ୍ଦାଜ, ପର୍ତ୍ତୁଗୀଜ, ଜଳଦସ୍ୟୁଙ୍କ ବାରମ୍ବାର ଆକ୍ରମଣରେ ସାଧବପୁଅର ବୋଇତ ସବୁଦିନପାଇଁ ଉଭେଇଗଲା ସାଗରବକ୍ଷରୁ । ଆଉ ସେହିିଦିନଠାରୁ ଓଡ଼ିଶାକୁ ମାଡ଼ିଆସିଲା ଚିରଦାରିଦ୍ର୍ୟ । ହସ୍ତକଳା ଓ କୁଟୀରଶିଳ୍ପରେ ପ୍ରବୀଣ କଳିଙ୍ଗ ଶୂଦ୍ରଶିଳ୍ପୀ ଜାତିର ହାତ ବନ୍ଦ ହୋଇଗଲା । ଉତ୍ପାଦିତ ବସ୍ତୁ ବିକ୍ରୟ ହୋଇପାରିଲ। ନାହିଁ । ଏହାପରେ ବଙ୍ଗାଳୀଙ୍କ ଚକ୍ର।ନ୍ତରେ