୪୨/ ଜାତି, ଜାଗୃତି ଓ ପ୍ରଗତି
ବୁଝାଇ ଦେଇଥିଲି ଭାଷା ଶିକ୍ଷା କରିବାର ମହତ୍ତ୍ୱକୁ ।
ମାତ୍ର ପର ମୁହୁର୍ତ୍ତରେ ଲାଜ ଲାଗିଲା ବର୍ତ୍ତମାନ କାଳରେ ଓଡ଼ଶାର ମେଧାବୀ ଛାତ୍ରମାନଙ୍କ ଅସହାୟତାକୁ ଦେଖି । କାରଣ ଓଡ଼ିଆ ଭଳି ଏକ ସୁସଂହତ, ସମୃଦ୍ଧିଶାଳୀ, ଐତିହ୍ୟସଂପନ୍ନ ପ୍ରାଚୀନ ଭାଷାକୁ ମାତୃଭାଷା ରୂପରେ ପାଇଥିଲେ ମଧ୍ୟ, ଦୂରରୃଷ୍ଟି ଅଭାବରୁ ଏହି ଗବେଷକଗଣ ଓଡ଼ିଆ ଭାଷାଦ୍ୱାରା ପ୍ରଭାବିତ ହୋଇ ନିଜ ମୂଳଦୂଆ ଟାଣ କରିଥିବା ଅନ୍ୟ ଏକ ଭାଷାକୁ ବିକଳ ହୋଇ ଅଭ୍ୟାସ କରିବା ପଛରେ ଓଡ଼ିଶା ସରକାରଙ୍କ ଉଉାସୀନତା ମୁଖ୍ୟତଃଦାୟୀ । ଆଉ ଏହି ଉଦାସୀନତା ହିଁ ଦିନେ ଓଡ଼ିଶାକୁ ନିଶ୍ଚିତ ମେଧାଶୂନ୍ୟ କରିିବ । ଓଡ଼ିଶାରେ ଜନସଂଖ୍ୟା କମ୍ ନୁହେଁ, ଶିକ୍ଷାହାର ମଧ୍ୟ କମ୍ ନୁହେଁ । ପ୍ରତିବର୍ଷ ପ୍ରାୟ ଦୁଇ ଲକ୍ଷ ଛାତ୍ରଛାତ୍ରୀ ମହାବିଦ୍ୟାଳୟ ସ୍ତରରେ ଅଧ୍ୟୟନ କରିଥାନ୍ତି । ଏଥିପାଇଁ ଅନ୍ୟାନ୍ୟ ରାଜ୍ୟ ତୁଳନାରେ ଏଠାରେ ଯଥେଷ୍ଟ ମହାବିଦ୍ୟାଳୟ ନାହିଁ । ଅଧ୍ୟାପକଙ୍କ ସଂଖ୍ୟା ବହୁତ କମ୍ । ତଥାପି ପଠନ ସ୍ପୃହା କମୁନାହିଁ ଛାତ୍ରଛାତ୍ରୀଙ୍କଠାରେ କି ପଠନ ସ୍ପୃହା ନାହିଁ ଅଧ୍ୟାପକଙ୍କଠାରେ । ଗବେଷଣା, ପଠନ ଓ ଶିକ୍ଷା ପ୍ରଦାନ ଏହି ତ୍ରିଧାରାର ସମଷ୍ଟି ହେଉଛି ଅଧ୍ୟାପକ ଜୀବନ । କିନ୍ତୁ ଏଠାରେ ପାଞ୍ଚ ଦଶଜଣ ଅଧ୍ୟାପକଙ୍କ ସ୍ଥାନରେ ଜଣେ ମାତ୍ର ଅଧ୍ୟାପକଙ୍କୁ ଏହି କାର୍ଯ୍ୟ ସଂପାଦନ କରିବାକୁ ପଡୁଥିବାରୁ ପଠନ ଓ ଗବେଷଣା କଥା ଛାଡ଼, ଖାଲି ଉପସ୍ଥାପନ କିମ୍ବା ଅଭ୍ୟସ୍ତପାଠର ଚର୍ବିତ ଚର୍ବଣ ମଧ୍ୟରେ ମାସିକ ପାରିତୋଷିକ ନେବାକୁ ଶ୍ରେୟ ବୋଲି ମଣିଥାନ୍ତି ଆମର ଅଧ୍ୟାପକଗଣ । ଏହିଭଳି ସମସ୍ୟା ଭିତରେ ପ୍ରାୟ ୧୦ ବର୍ଷ ହେଲା ନୂତନ ନିଯୁକ୍ତି ନାହିଁ, ଅଥଚ ଶହ ଶହ ଅଧ୍ୟାପକ ଅବସର ନେଇ ସାରିଲେଣି । ବିଶେଷକରି ଓଡ଼ିଶାର ବିଭିନ୍ମ ବିଶ୍ୱବିଦ୍ୟାଳୟର ଛାତ୍ରାବାସରେ ଥିବା ସମଗ୍ର ଭାରତ ବର୍ଷର ଏହି କୃତୀ ସନ୍ତାନ, ଯେଉଁମାନେ କେବଳ ଅଧ୍ୟାପନାକୁ ବୃତ୍ତି ଭାବରେ ଗ୍ରହଣ କରିବାର ମନୋବୃତ୍ତି ନେଇ ଗବେଷଣା କାର୍ଯ୍ୟରେ ନିୟୋଜିତ ଅଛନ୍ତି, ସେମାନଙ୍କ ଉତ୍ତର ବୟସ ବେଳକୁ ଯଦି ଓଡ଼ିଶା ବଦଳରେ ପଶ୍ଚିମବଙ୍ଗ ସରକାର ଖଣ୍ଡିଏ ନିଯୁକ୍ତି ପତ୍ର ପ୍ରଦାନ କରନ୍ତି, ତେବେ ସେଥିପାଇଁ ବଙ୍ଗଳାଭାଷା ଶିକ୍ଷା କରିବାକୁ ପଛେଇବେ କାହିଁକି ? ସେମାନଙ୍କ ମତରେ-ଓଡ଼ିଆ ଆମର ମାତୃଭାଷା ହୋଇଥିବା ବେଳେ ଇଂରେଜୀ ଗରଜ ଗୁଜୁରାଣର ଭାଷା ହୋଇ ଯଦି ତାହା ମଧ୍ୟ ଯୋଗାଇ ନ ପାରିଲା, ତେବେ ବଙ୍ଗଳା ଶିଖିଲେ କ୍ଷତି କ’ଣ ?
ଯୁକ୍ତି ଥିଲା ଅକାଟ୍ୟ । ଅନ୍ୟାନ୍ୟ ଆଞ୍ଚଳିକ ଭାଷାର ଛାତ୍ରଛାତ୍ରୀମାନେ ଆଜି ନିଜ ସରକାରଙ୍କ ଉଦ୍ୟମରେ ବିଭନ୍ନ ସୁବିଧା ପାଇପାରୁଛି । ଆଜିର ଦୁନିଆରେ କମ୍ପ୍ୟୁଟରର ଗୁରତ୍ୱ ବୁଝି କେନ୍ଦ୍ର ସରକାର ଆଞ୍ଚଳିକ ଭାଷାକୁ କମ୍ପ୍ୟୁଟର ଭାଷାରେ ପରିବର୍ତ୍ତନ କରିବାପାଇଁ ସବୁ ରାଜ୍ୟକୁ ପ୍ରାୟ ୫ ବର୍ଷ ତଳେ ୩ କୋଟି ଟଙ୍କା ଲେଖାଏଁ ପ୍ରଦାନ କରିଥିଲେ । ଅନ୍ୟାନ୍ୟ ଭାରତୀୟ ଭାଷା ଏ ଦିଗରେ ସଫଳତା ପାଇ ବିନା ମୂଲ୍ୟରେ ନିଜର ରାଜ୍ୟବାସୀଙ୍କୁ