Jump to content

ପୃଷ୍ଠା:Kabita Phaguna.pdf/୧୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
ଜୀବେ ଦୟା


ଭୋକର ଦାଉକୁ ସହି ନ ପାରି
ଅନ୍ତଃସତ୍ତ୍ୱା ହାତୀ ଗଲା ଗାଆଁ,
ଭାବିଥିଲା ବୋଧେ ଶ୍ରେଷ୍ଠ ମାନବ
ବୁଝି ତା’ର ଭୋକ ହେବ ସାହା ।

ବିଶ୍ୱାସ ତାହାର ହେବ ବୋଲି କାଳ
ନିରୀହ ପ୍ରାଣୀ ସେ ଅଜ୍ଞାତ,
କେଡ଼େ ଭୟଙ୍କର ସ୍ୱାର୍ଥପର ପିଶାଚ ଏ ମଣିଷ
କେମିତି ବା ହେବ ତାକୁ ଜ୍ଞାତ ।

ଉଦରରେ ଶିଶୁ ଆଉ ପୁଣି ଭୋକ
କଲା ତାକୁ ଅସମ୍ଭାଳ ।
ବୁଝିପାରିଲାନି ଏତେ ଫାନ୍ଦ ସିଏ
କ୍ରୁର ମନୁଷ୍ୟର ଖେଳ ।

ସପୁରୀ ଭିତରେ ବୋମା ଥିବ ବୋଲି
ନିରୀହ ହାତୀ କି ଜାଣେ ।
ଶ୍ରେଷ୍ଠ ମାନବ କରିଛି ଯେ ଦୟା
ଭାବିଛି ସେ ମନେ ମନେ ।

୧୬