ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
ଆହାର ସାଜିଲା ପ୍ରାଣ ଘାତକ
ହରିନେଲା ତା’ର ପ୍ରାଣ,
ମନୁଷ୍ୟ ଉପରେ ବିଶ୍ୱାସ ତାହାର
ମହଙ୍ଗା ପଡ଼ିଲା ଜାଣ ।
ନିରୀହ ଶିଶୁଟି ଦୁନିଆ ଦେଖିବା
ଆଗରୁ ବୁଜିଲା ଆଖି ।
ଏଇ କିରେ ତୋ’ର ମଣିଷ ପଣିଆ
ଧର୍ମ ରହିଲା ଏକା ସାକ୍ଷୀ ।
କର୍ମ ଯେମିତି ଫଳ ସେମିତି
ଚାଲିଛି ତୋ’ ଦଣ୍ଡ ଲେଖା ।
ନିଜକୁ ସିନା ଠକି ଯିବୁ ତୁହି
ଠକି କି ପାରିବୁ କପାଳ ଲେଖା ।
ବେଳ ଥାଉ ଥାଉ ପଶ୍ଚାତାପ କର
ବୁଝ ସଂସାରର ନ୍ୟାୟ ।
ଈଶ୍ୱରଙ୍କୁ ଡର ତାଙ୍କ ହାତେ ଡୋରି
କର ତୁ ଜୀବେ ଦୟା ।
ନୋହିଲେ ସୃଷ୍ଟି ବିନାଶ କରିବ
ଭାଙ୍ଗି ତୋହରି ଦର୍ପ ।
ପାରିବୁନି ବଞ୍ଚି ପାରିବୁନି ଲୁଚି
ଶେଷ କରି ସେ ଧୋଇବ ପାପ ।
୧୭