Jump to content

ପୃଷ୍ଠା:Kabita Phaguna.pdf/୧୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
ପ୍ରତିଶ୍ରୁତି


କଥା ଦିଅ ଆଜି, ବିନା ଫୁଲ ଉପହାରେ
ସଜେଇ ଦେବ ମୋ ଜୀବନ ଫୁଲରେ ।

କଥା ଦିଅ ଆଜି, ବିନା ଚକୋଲେଟ୍ ଦେଇ
ମୋ ଓଠେ ଫୁଟେଇବ ମିଠା ହସ ଖୁସିରେ ।

କଥା ଦିଅ ଆଜି, ବିନା ପ୍ରତିଶ୍ରୁତିରେ
ମିଠା ହସ ଫୁଟାଇବ ମୋ ଓଠରେ ।

କି ଲାଭ ସେ ପ୍ରତିଶ୍ରୁତିରେ ଯଦି
ଅଧା ରହିଯାଏ ହୃଦୟକୁ ଦୁଃଖେ ଦଂଶି
ଚାହେଁନା ମୁଁ ସେମିତି ପ୍ରତିଶ୍ରୁତି
ଯାହା ଖାଲି ଶବ୍ଦର ମାଳେ ଗୁନ୍ଥା
ବିନା ପ୍ରତିଶ୍ରୁତିରେ ପ୍ରେମ ଲିଭେଇବା
ମିଶି ଗଢ଼ି ତୋଳିବା ପ୍ରେମର ନୂଆ ରୀତି ।

୧୮