ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
ପ୍ରେମ ଛୁଏଁ ମତେ ଦେଖିଦେଲେ ତତେ
ଚଇତି ଚୋରା ବାଆ ବହେ ମତେ ଛୁଇଁ
ଅଜାଣତେ ସ୍ପର୍ଶ କରି କେଶ ମୋର ଯାଏ
ନୟନ ମୁଦି ଯାଏ ବେହୋସ୍ ସେ ମହକ ପାଇ ।
ନିଜ ଉପରେ ନରହେ ମୋ ବଶ
ତୋ’ ରଙ୍ଗେ ବିମୁଗ୍ଧ ସତେ ବିଚ୍ଛୁରିତ ହୁଏ
ମୋ ଅଙ୍ଗେ ଫଗୁଣ ଅଜାଡ଼ି ହେଇ
ଅଙ୍କୁରିତ ହୁଏ ମନ ବନେ ପ୍ରେମ ମଲ୍ଲି
ଅଦିନ ଶ୍ରାବଣ ବରଷି ଯାଏ
ମୋ ଅଥୟ ଅନ୍ତରକୁ ଛୁଇଁ ।
ହେ ବସନ୍ତ ତୁମେ ଏମିତି କାହିଁ ଆସ
ଗୋଲାପି ଫଗୁ ଢାଳି ସବୁଜିମାରେ,
ପ୍ରେମ ପକ୍ଷୀ ଉଡ଼େଇ ଅସୁମାରୀ ସ୍ୱପ୍ନେ
ଦେଇ ବୁଡ଼େଇ ହଜେଇ ଦିଅ ଦିଗବଳୟରେ
ଛାଡ଼ି ଦିଅ ପୁଣି ସେଇ ଜୀମୂତ ସଜା ପାହାଡ଼ରେ
ଅମୃତ ବୁନ୍ଦା ସିଞ୍ଚି ପ୍ରେମର ନାଲି ଅତରରେ
ଏ କାଗେଜି ଫୁଲ ଲାଜେଇ ଯାଏ ତୁମ
ଆଗମନ ଚିଠି ପାଇ ଫଗୁଣରେ ।
୨୦