Jump to content

ପୃଷ୍ଠା:Kabita Phaguna.pdf/୨୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
ମୋ ଜଗା


ହାତ ନ ଥାଇ ଗଢ଼ିଛି ସେ ଜଗତ
ପାଦ ନଥାଇ ତ୍ରିଭୁବନର ସେ ନାଥ
କାନ ନଥାଇ ଶୁଣେ ସେ ହୁଦୟ ଆବେଗ
ଭକ୍ତ ପାଇଁ ସର୍ବସ୍ୱ ହାରେ ହୁଏ ସେ ଆହତ
ପ୍ରେମ ରଙ୍କୁଣା ସେ ଭକ୍ତିରେ ବନ୍ଦୀ ମୋ ଜଗା
କିଏ ହେବ ତା’ପରି ପ୍ରାଣ ସେ ହୃଦେ ସଦା ସ୍ଥିତ
ଥରେ ଖାଲି ନିଜକୁ କରି ନିସ୍ୱ ଡାକ ଭକ୍ତି ଭରେ
ତା’ ଅଧା ଗଢ଼ା ବାହୁରେ କୋଳେଇ ନେବ ସେ ତ ।

ଯେତିକି ତତେ ମୁଁ ବୁଝିଛି
ସେତିକି ତତେ ମୁଁ ପାଇଛି
ମୋ ଅନ୍ତରରେ ତୋ ସ୍ଥାନ
ମୋ ଆତ୍ମା ତୋ ନାଆଁରେ କରିଛି ।

ପଲକ ବୁଜିଲେ ତୁ ଚାଲିଆସୁ
ମୋ ସ୍ୱପ୍ନ ରାଇଜେ
ତୋ ନାଲି ହସରେ ଭକ୍ତି ସ୍ନାନ କରି
ତୋ ପାଦପଦ୍ମରେ ମୁଁ ଲୋଟିଛି ।
ରେ ଜଗା ମୋ ଆତ୍ମାରେ ତତେ ମୁଁ ପାଇଛି ।

୨୧