Jump to content

ପୃଷ୍ଠା:Kabita Phaguna.pdf/୨୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
ଜଗା ହେଉଛି ସଜ


ଜଗା ମୋର ହେଉଛି ସଜବାଜ
ଆଉ ବାକି ଅଳପ ଦିନ
ଦେବାକୁ ଦର୍ଶନ ହେଇ ସମ୍ପୂର୍ଣ୍ଣ ସଜ ।

ଗଗନ, ପବନ ମୁଖରିତ ହେବ
ଘଣ୍ଟ, ମୃଦଙ୍ଗ ଆଉ ଶଙ୍ଖଧ୍ୱନି ତାଳରେ
ଜଗା ମୋର ଆସିବ ଝୁଲି ଝୁଲି
ନାଲିହସକୁ ଢାଳି ଭକତ ବାହୁ ଝୁଲଣରେ ।
 
ଦେଉଥିବ ମନମୋହନ ତା’ ବାଙ୍କ ଚାହାଣୀ
ଭକତ ଢାଳୁଥିବ ଭକ୍ତିର ଲୋତକ ଡାକି ଆରେ ଧନମଣି ।

ସ୍ନେହ, ପ୍ରେମ ରଙ୍କୁଣା ସେ କଳା ଠାକୁର
ହୃଦଚନ୍ଦନ, ଗଳାମାଳି ଭକତ ପାଇଁ
ମଣିମା ମଣିମା ଡାକି ଭକତ ଲୋଟିବ ନିଗାଡ଼ି
ଅନ୍ତରର ସବୁ ଆବେଗ ତାକୁ ଟିକେ ଦେଖିବା ପାଇଁ ।

୨୬