ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
ଭକ୍ତ ଆଉ ଜଗାର ମିଳନ ଦେଖିବାକୁ ଚାତକ ସୃଷ୍ଟି
ଆଉ ଅଳପ ଦିନେ ସରିବ ପ୍ରତୀକ୍ଷା ଭାଙ୍ଗିବ ଅପେକ୍ଷା ତାଟି ।
ଭକତ କୋଳରେ ସେ ବାନ୍ଧିହେବାକୁ ଆସେ ବରଷକେ ଥରେ
ଟିକେ ସ୍ନେହ ପାଇଁ ଭକତ ପ୍ରେମରେ ସବୁକିଛି ହାରିପାରେ
ଭକତ ବି ବୁଡ଼େ ତା’ ଆଲିଙ୍ଗନେ ଚକା ମହାକାଶକୁ ଭେଦି
ଭକତ ଆଉ ଜଗା ପରସ୍ପର ପ୍ରେମେ ବୁଡ଼ନ୍ତି ଦେଖେ ଏ ସାରା ସୃଷ୍ଟି ।
ଆଉ ଅଳପ ଦିନ ହେବ ଅପେକ୍ଷାର ଅନ୍ତ
ଜଗା ହରିବ ଭକତର ଦୁଃଖ ପୋଛି ତା’ ଆଖି ଲୋତକ ।
୨୭