ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
ଦୂରେଇ ରହିବା ତ ଶିଖିଯାଇଛି
ବହୁତ ଆଗରୁ
ନହେଲେ ତୋ ନିଶ୍ୱାସ
ସେତେବେଳେ ବି ବାନ୍ଧିଦେଉଥିଲା ।
ଏବେ ଆଉ ଫରକ୍ ପଡ଼େନି
କେହି ପଚାରୁ
ବା ନ ପଚାରୁ
ଜୀବନରେ ସେଇ ଥରେ ଝୁଣ୍ଟିଥିଲି
ଉଠିବା ମୁଁ ଶିଖିଯାଇଛି ।
ନା ଆଉ ଅଛି ଆଶାର ଝଲକ କାହା ପାଖରୁ
ନା ଅଛି ବିଫଳତାର ଦୁଃଖ
ଥରେ ବାଜି ହାରିଥିଲି ଜୀବନେ
ସେଇଠୁ ଜିତିବା ଶିଖିଯାଇଛି ।
୨୮