Jump to content

ପୃଷ୍ଠା:Kabita Phaguna.pdf/୩୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
ପଖାଳ ଦିବସ


ଚାଲରେ ଥକ୍କା ମନ
କରିବା ଜଗା ଦରଶନ
ପଖାଳରେ ଦେବା ମନ
ପକେଇ ଅଗଣାରେ ଆସନ ।

ନଥାଉ ପଛେ ଛଅ ତିଅଣ
ଭୋକ ମରୁ ଲଗେଇ ଲଙ୍କା ଲୁଣ
ଦୁନିଆ ପରା ଆଜି ଜାଣିଲା
ଓଡ଼ିଆର ଏ ଅମୃତର ପାରିବା ପଣିଆ ।

ଆଉ କହିବନି ଖାଦ୍ୟ ଏ ଖଟିଖିଆର
ଏ ହେଉଛି ପ୍ରାଣର ତୃପ୍ତି ଏ ଓଡ଼ିଆର
ଆଉ ଏବେ ନୂତନ ଆରମ୍ଭ ପଖାଳ ପ୍ରେମ ବିଶ୍ୱର ।

୨୯