ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
ପଖାଳ ମୁଠେ ଅମୃତ
ଆମ ଓଡ଼ିଆଙ୍କର ପ୍ରାଣ,
ପେଟକୁ ଗଲେ ତ୍ରୁପ୍ତ ହୁଏ
ହୃଦୟ ଆଉ ମନ ।
ପଖାଳ ସାଥେ ଶାଗର ଭଜା
ଆଉ ବଡ଼ି ଚୁରା,
ମିଳଇ ସତେ ସ୍ୱର୍ଗର ସୁଖ
ପେଟଠୁ ଆତ୍ମା ଭରା ।
ଓଡ଼ିଆ ବୋଲି ଗର୍ବରେ କହେ
ପଖାଳ ମୁଠେ ଖାଇ,
ଓଡ଼ିଆ ଭାଷା ଓଡ଼ିଆ ଖାଦ୍ୟ
ପରି ଜଗତେ ନାହିଁ ।
ଉଠ ଉଠରେ ଓଡ଼ିଆ
ଆଜି ପରା ପଖାଳ ଦିବସ
ପଖାଳକୁ କରିବା ପ୍ରଚାର
ଆଜି ଉଡ଼ିବ ବିଶ୍ୱର ହୋସ୍
ଯେମିତି ଜାଣିବ ପଖାଳ ମହିମା
ଦେଖି ପ୍ରଚାର ପୂରା ଦେଶ
ଜଣେଇଦେବା ଆମେ ଓଡ଼ିଆ
ଇଏ କାଳିଆ ରାଜାର ପ୍ରଦେଶ ।
୩୦