ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
ଜୀବନର ସତ୍ୟ ତୁହି ଏକ ମାତ୍ର,
ଆଉ ସବୁ କିଛି ବ୍ୟର୍ଥ,
ସବୁ ସମ୍ପର୍କ ତୋ’ ଆଗେ ମିଥ୍ୟା
ତୁ ହିଁ ଜୀବନ ଅର୍ଥ ।
ତୋ ବିନା କିଛି ଜାଣେନା ଆଉ ମୁଁ
ତୁହି ମୋ ଜୀବନ ବାଟ,
ଯୋଉଠାରେ ଦେଖେ ତତେ ହିଁ ମୁଁ ପାଏ
ମୋ ଆତ୍ମାର ତୁ ମାନସପଟ ।
ହେ ମୋର ମୋହନ,
ହେ ମଧୁସୂଦନ
ତୁ ମୋର ଜୀବନ ଘାଟ ।
୩୩