Jump to content

ପୃଷ୍ଠା:Kabita Phaguna.pdf/୩୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
ଭାବଗ୍ରାହୀ


ଲାଲ୍ ହାସ୍ୟ ଆଉ ବାଙ୍କ ଚାହାଣୀ
କ୍ଷଣକେ ଚୋରାଏ ହୃଦୟ ସେ ଶ୍ୟାମ
ପାବନ ମନ ମୁଗ୍ଧକର ।

ଦୁଃଖ ବିନାଶକ,
ଭକ୍ତବତ୍ସଳ ଭକ୍ତ ପାଇଁ ହାରେ ସମଗ୍ର ଜଗତ
ଭକ୍ତପ୍ରେମେ ବ୍ୟାକୁଳ ବିଭୋର ।

ଭକ୍ତ ପ୍ରେମେ ବନ୍ଧା ତୁ ବୋଲି
ଆଜି ମାନିଗଲି ଭାବଗ୍ରାହୀ,
ହେ କରୁଣାକର, ହେ ବାଞ୍ଛାନିଧି
ଏଇ ଓଡ଼ିଆଙ୍କ ପ୍ରାଣ ତୁହି ।

ସବୁରି ମନର ଭାବକୁ ବୁଝୁ ବୋଲି
ଭାବଗ୍ରାହୀ ତୋର ନାମ,
ଅର୍ପଣ କରୁଛି ଭକତିରେ ଗୁନ୍ଥା
ସ୍ନେହ ମାଳ ଆଉ ପ୍ରଣାମ ।

ଜୟ ଜଗନ୍ନାଥ ।

୩୪