Jump to content

ପୃଷ୍ଠା:Kabita Phaguna.pdf/୩୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ସାଜେ ମୁଁ ବନ୍ଦିନୀ ପ୍ରକୃତିର କୋଳେ ମହାଆନନ୍ଦେ ।
ଅପୂର୍ବ ଅନୁଭୂତି ନେଇ ମୁଁ ଫେରେ ମୋ ସାଥେ ।
ପୁଣି ମୁଁ ହଜିଯାଏ କଳ୍ପନାର ରାଇଜେ,
ସ୍ମୃତିରେ ଭେଟ ହୁଏ ପ୍ରକୃତି ମା’ ସାଥେ ।

ବର୍ଣ୍ଣନା ତା’ କରିବସେ କଲମର ମୁନେ
କିନ୍ତୁ ପାରେନାହିଁ ସାରି ଯେତେ ଭାବେ ମନେ
ଗର୍ବେ ମୋର ଶିର ଉଠେ ଜନ୍ମ ଲଭି ତା’ କୋଳେ
ମୋ ଓଡ଼ିଶା ପରି କିଛି ନାହିଁ ଏ ନଭ ତଳେ ।

୩୮