Jump to content

ପୃଷ୍ଠା:Kabita Phaguna.pdf/୪୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ଗୋଟେ ପୁତ୍ରକୁ ମୁଁ ଦେଖିବି ଯଦିରେ
ଯିବେ ଭାସି ଲକ୍ଷେ ପୁତ୍ର,
ଦାସେ ଆପଣେଙ୍କ ଏ ଅକାଟ୍ୟ ଉକ୍ତି
କଲା ଓଦା ଲକ୍ଷେ ନେତ୍ର ।

ଅମର ହୋଇଲେ ସେ ପୁଣ୍ୟ ଆତ୍ମା
ହୋଇଲେ ଉତ୍କଳମଣି,
ଇତିହାସ କଲା ତାଙ୍କ ଜୟକାର
କୋଟି ହୃଦୟ ନେଲେ କିଣି ।
 
ଉତ୍କଳ ମାତାର ସୁଯୋଗ୍ୟ ସନ୍ତାନ
ଉତ୍କଳ ଦାସେଙ୍କ ଚିରରୁଣୀ ।

୪୦