Jump to content

ପୃଷ୍ଠା:Kabita Phaguna.pdf/୪୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
ଶରତ


ଶରତ ପସରା ମେଲାଇ ଦେଲାଣି
ଜହ୍ନ ଆସିଲାଣି ବେଗେ,
କାଶତଣ୍ଡୀ ତା’ର ବାଟ ସଜେଇଛି
ବରଷା ମେଲାଣି ମାଗେ ।

ସଜବାଜ ହୁଏ ଧାନ କ୍ଷେତ ହସି
ଧାନରେ ଦେହକୁ ଭରି
ଆସିବେ ଧରାକୁ ଜଗତ ଜନନୀ
ଆଶ୍ୱିନ ନାଚେ ଖୁସିଭରି ।

ଦିନ ଗଣୁଛି ବସି ଗାଆଁ ଦାଣ୍ଡ
ପାଦ ଲାଗୁନି ତା’ ତଳେ,
ମାଆ ପାଦ ଦେବେ ବୋଲି ଏ ମାଟିରେ
ଗଛ, ଲତା, ପକ୍ଷୀ ଝୁମି ଖେଳେ ।

୪୧