Jump to content

ପୃଷ୍ଠା:Kabita Phaguna.pdf/୪୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ପ୍ରକୃତି ରାଣୀ ସଜେଇ ହେଇଛି
ନୀଳ ଧଳା ଶାଢ଼ୀରେ ଆଜି,
ମାଆ ଆଗମନେ ସ୍ୱାଗତ ପ୍ରସ୍ତୁତି
କରୁଛି ରଙ୍ଗରେ ଭିଜି,
ଉଡ଼ାଇ ପଣତ ଅନ୍ତରୀକ୍ଷେ ଭାସି
ବଉଦରେ ନାଚି ନାଚି
ଆସ ଗୋ ଆସ ମାଆ ଡାକରା ଦେଉଛି
ଆଃ ! ଚମତ୍କାର ରାଗିଣୀ ସାଜି ।
ହରଷେ ଉଲ୍ଲାସେ ପାବନ ଶୁଦ୍ଧଚିତ୍ତେ
ବିଭୋର ହେଇ ଉଠେ ଧରା ଆଜି ॥

୪୨