Jump to content

ପୃଷ୍ଠା:Kabita Phaguna.pdf/୪୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ମୋ ସରଗ ତୁ,
ମୋ ନରକ ତୁ,
ତୁ ମୋ ଜୀବନ ଧାରା,
ମା’ ତୁ ଯେ ମମତାର ଅମୃତ ଧାରା ।

ଦଶ ମାସ ଦଶ ଦିନ ଗର୍ଭରେ ଧରି,
ଆଣିଛୁ ଧରାକୁ ମତେ, କେ ହେବ ତୋ’ ସରି ।
 
ତୋ’ ରକତ ବିନ୍ଦୁରେ ଯେ ଦେହ ମୋର ଗଢ଼ା,
ମୋ ଜୀବନ ବନ୍ଧା ତୋ’ର ପଣତରେ ପରା ।
ପାରିବିନି ରହି ଛାଡ଼ି ତତେ ଜୀବନ ସାରା ।

ମାଆ ତୁ ଯେ ମମତାର ଅମୃତ ଧାରା ।
ମୋ ଜୀବନ ଚଲା ରଥେ ସାରଥୀ ତୁ ପରା ।

୪୭