ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
ସେ କି ବଞ୍ଚିବା ଯୋଉଠି ଅଛି
ମରିବାର ଭୟ ପ୍ରତିଦିନ
ବଞ୍ଚିବା ତ ସେଇ
ଯାହା, ସକାଳରୁ ସନ୍ଧ୍ୟା ହୃଦୟରୁ ନିଃଶ୍ୱାସ ଯାଏଁ ଯଦି ମହକେ ।
ସେ କି ମୃତ୍ୟୁ ଯୋଉଠି ଅଛି
ନିଜକୁ ହରେଇବାର ଦୁଃଖ
ମରଣ ତ ସେଇ
ଯାହା, ପ୍ରତି ହୃଦୟରେ ଚିରଦିନ ଅମର କରିରଖେ ।
ସେ କି ଖୁସି
ଯାହା କ୍ଷଣପ୍ରଭା ଭଳି ଅଳ୍ପକ୍ଷଣ ପାଇଁ
ଖୁସି ତ ସେଇ
ଯାହା, ଶୋକର ଛାୟାରେ ବି ହୃଦୟକୁ ସୁସ୍ଥରଖେ ।
୫୩