ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
ମୋ ଯାଜପୁର ମା' ବିରଜାଙ୍କ ଘର
ପବିତ୍ର ବୈତରଣୀ ନଦୀ ଧାର
ବହେ ଗାଇ ପୁଣ୍ୟଗାଥା ମୋ ମାଟିର ।
ମହାବିନାୟକ ପୁଣି ତା' ଅଶୋକ ଝର
ବଢ଼ାଏ ସୌନ୍ଦର୍ଯ୍ୟ ରତ୍ନଗିରିର ପ୍ରାଚୀର
ଛତିଆବଟର ମହିମା ଦିଏ ଯାଜପୁର ।
ନଦୀ, ପାହାଡ଼ କହେ କେତେ କଥା
ଯଯାତି କେଶରୀ କୀର୍ତ୍ତିରାଜିର
ଗର୍ବରେ ଫୁଲାଏ ଛାତି ଏ ବିରଜା କ୍ଷେତ୍ର ।
ବାରୁଣୀ ସ୍ନାନ ଆଉ ବ୍ୟାସ ସରୋବର
ପାଞ୍ଚ ପାଣ୍ଡବଙ୍କ ପାଦରେ କରିଛି ପବିତ୍ର
ଯାହା କହେ ଚିତ୍ର ମହାଭାରତ ଗାଥାର ।
ପୁଣ୍ୟଭୂମି ଇଏ ଯଯାତି କେଶରୀ ରାଜାର
ଗର୍ବରେ କୁହ ଇଏ ମୋ ଯାଜପୁର ।
୫୬