Jump to content

ପୃଷ୍ଠା:Kabita Phaguna.pdf/୬୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ଗର୍ବ ତୋ’ର କେତେ ତୁ ଦେଖାଉ
କେତେ ଅଛି ତୋ’ର ଶକ୍ତି
ମୋର ତାଣ୍ଡବକୁ ପାରିବକି ରୋକି
ତୋ’ ବିଜ୍ଞାନ ଜ୍ଞାନ ବୁଦ୍ଧି
କାହିଁ ଦେଖାଉ ଦର୍ପ ଏତେ ମାତି !

ମୋ’ଠୁ ଜନ୍ମ ମୋ’ଠାରେ ହେବୁ
ଦିନେ ଶେଷ ମାଟିରେ ଲୋଟି
ଗର୍ବଛାଡ଼ି କର ପ୍ରକୃତି ସୁରକ୍ଷା
ସେହି ତୋ’ର ହେବ କବଚ
ଆଉ ସୁରକ୍ଷାର ଚାବିକାଠି ।

ନୋହିଲେ ଧ୍ୱଂସ ରଚିବି ମୁଁ
ପାରିବୁନି କେଉଁଠି ଲୁଚି
ନା ପାରିବ ବିଜ୍ଞାନ ତୋ’ ରକ୍ଷା
କରି ନା ପାରିବେ କେହି
ମୋ ବାଟକୁ ରୋକି ।

୬୭