Jump to content

ପୃଷ୍ଠା:Kabita Phaguna.pdf/୭୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
ସୁଫଳ


ଜୀବନ ସୁନ୍ଦର ହୁଏ ଯେବେ
ଅନ୍ୟର ଆଶିଷ ଲଭେ,
ମୃତ୍ୟୁ ସ୍ୱର୍ଗରେ ମିଳେ ଯାଇ
ଯେବେ ହସ୍ତ ପୁଣ୍ୟ କର୍ମେ ଲାଗେ ।

ପ୍ରେମରେ କରୁଣାରେ ଭରେ
ଏ ଅବୋଲକରା ହୃଦୟ ଯେବେ
ଦେଖି ସେ ଅମୃତମୟ ଆତ୍ମାକୁ
ପାପ ଲୁଚି କରି ଯାଏ ବେଗେ ।

ନିଃଶ୍ୱାସ କହେ ପ୍ରତି କ୍ଷଣ
ତୋ’ ପାଶେ ମୁଁ ୠଣୀ,
ନେଇଛି ସ୍ଥାନ ଏ ପବିତ୍ର ଜୀବେ
ଶୁଦ୍ଧ ଚିତ୍ତ ନିଏ କିଣି ।

୭୬