ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
ଜୀବନ ସୁନ୍ଦର ହୁଏ ଯେବେ
ଅନ୍ୟର ଆଶିଷ ଲଭେ,
ମୃତ୍ୟୁ ସ୍ୱର୍ଗରେ ମିଳେ ଯାଇ
ଯେବେ ହସ୍ତ ପୁଣ୍ୟ କର୍ମେ ଲାଗେ ।
ପ୍ରେମରେ କରୁଣାରେ ଭରେ
ଏ ଅବୋଲକରା ହୃଦୟ ଯେବେ
ଦେଖି ସେ ଅମୃତମୟ ଆତ୍ମାକୁ
ପାପ ଲୁଚି କରି ଯାଏ ବେଗେ ।
ନିଃଶ୍ୱାସ କହେ ପ୍ରତି କ୍ଷଣ
ତୋ’ ପାଶେ ମୁଁ ୠଣୀ,
ନେଇଛି ସ୍ଥାନ ଏ ପବିତ୍ର ଜୀବେ
ଶୁଦ୍ଧ ଚିତ୍ତ ନିଏ କିଣି ।
୭୬