Jump to content

ପୃଷ୍ଠା:Kabita Phaguna.pdf/୮୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
ପ୍ରେମ ଯେବେ ହୁଏ


ଲୋକେ କୁହନ୍ତି କାଳେ
ମୃଦୁ ମଳୟ ଲାଜେଇ ମନ ଛୁଇଁ ବହେ
ପ୍ରେମ ଯେତେବେଳେ ହୁଏ
ଲୋକେ କୁହନ୍ତି କାଳେ
ପ୍ରଜାପତି ହସି ଫୁଲରୁ ଫୁଲକୁ ଉଡ଼େ
ପ୍ରେମ ଯେତେବେଳେ ହୁଏ
ଲୋକେ କୁହନ୍ତି କାଳେ
ବର୍ଷା ଆଗମନ ମନକୁ ଉଚ୍ଛନ୍ନ କରେ
ପ୍ରେମ ଯେତେବେଳେ ହୁଏ
ଲୋକେ କୁହନ୍ତି କାଳେ
ତରୁ, ଲତା, ଜୋଛନା ନିଜ ସାଥୀ ହୁଏ
ପ୍ରେମ ଯେତେବେଳେ ହୁଏ ।

ଲୋକେ କୁହନ୍ତି କାଳେ
ମରୀଚିକା ସୁନା ମୃଗ ପରି ଲାଗେ
ପ୍ରେମ ଯେତେବେଳେ ହୁଏ ।
ଲୋକେ କୁହନ୍ତି କାଳେ
ସବୁ ଅସମ୍ଭବ ସମ୍ଭବ ପରି ଲାଗେ
ପ୍ରେମ ଯେତେବେଳେ ହୁଏ ।
ଲୋକେ କୁହନ୍ତି କାଳେ
ଜିଦି ଅଡ଼େ ଅବୋଧ ହୃଦୟ ଜାଣି ସବୁ ମିଛ
ପ୍ରେମ ଯେତେବେଳେ ହୁଏ ।

୮୦