ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
ଜିଦ୍ରେ ସିନା ରଣ ହୁଏ ଜିତି
ହୁଏନି ଜିତି ହୃଦୟ
ଜିଦ୍ ହୁଏତ ଜିତାପଟ ନିଏ
ହୃଦୟେ ନ ଜନ୍ମେ ସ୍ନେହ
ଜିଦ୍ରେ ଆସିଲା ଜିଦ୍ରେ ସେ ଗଲା
ଇଏ ତା’ ଆଜନ୍ମ ପ୍ରକୃତି,
ଏଭଳି ପ୍ରେମ ଚିରସ୍ଥାୟୀ ନୁହେଁ
କେବଳ ରହେ ହେଇ ସ୍ମୃତି
ଚିରସ୍ଥାୟୀ ପ୍ରେମ ଚାହେଁ ଯେବେ
କେହି ଜିତେ ସେ ହୃଦୟକୁ
ଜିଦ୍ରେ ନୁହେଁ ଅନ୍ତର ଭିତରୁ
ପ୍ରବେଶ କରାଏ ସେ ଆବେଗକୁ ।
ଜିଦ୍ ନୁହେଁ ପ୍ରେମର ମାପକାଠି
ନୁହେଁ ପ୍ରେମର ଗଭୀରତା
ଇଏ କେବଳ ମନର ପିପାସା
ଲାଳସା ଜିତିବାର ଇଚ୍ଛା ।
କେଉଁଠି ସେ ପାରିବନି ରହି
ପ୍ରେମରେ ହୋଇ ସ୍ଥାୟୀ,
ଏମିତି ପ୍ରେମକୁ ଦୂରୁ ଦଣ୍ଡବତ
କୋଶେ ଦୂରୁ ଥାଇ ।
୮୧