ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
କାହିଁ ତୁମ ଆଖିରେ ମତେ
ହରେଇବାର ଭୟ !
ବିଶ୍ୱାସ ହୁଏନି ବିଶ୍ୱାସ କରିବାକୁ !
କାହିଁ ତୁମ ଛାତିରେ
ମୋ ପାଇଁ କୋହ
ଇଚ୍ଛା ହୁଏନି ଇଚ୍ଛା କରିବାକୁ !
କାହିଁ ତୁମ ମନରେ
ମୋ ପାଇଁ ଜାଗା
ଭଲ ଲାଗେନା ଭଲ ପାଇବାକୁ !
ଭାବିଥିଲି ତୁମ ସାଥେ କାଟିଦେବି
ସବୁ ସମୟ ତୁମର ହେଇ
ହେଲେ ତୁମ ପାଇଁ ମୁଁ
କିଏ ତୁମ ସମୟ ନେବାକୁ?
ବେଳେବେଳେ ଭାବେ ତୁମେ
କ’ଣ ସେହି ଯିଏ
କରୁଥିଲ ଜିଦ୍ ମତେ ପାଇବାକୁ?
୮୨