ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
କ’ଣ ତୁମେ ସେହି
ଯିଏ କରୁଥିଲା ଅପେକ୍ଷା
ଘଣ୍ଟା ଘଣ୍ଟା ମୋ ଝଲକ ଦେଖିବାକୁ?
ତମେ କ’ଣ ସେହି ଯିଏ
ଧାଇଁ ଆସୁଥିଲା ଶୁଣି
ମୋର ଟିକେ ଅସୁବିଧାକୁ?
ନିଶ୍ଚିତ ରୂପେ ତୁମେ ସେହି ନୁହେଁ
ଭୁଲ୍ କରିଛି ଚିହ୍ନିବାରେ
ମୋ ସରଳିଆ ମନ ତୁମକୁ !
ଠିକ୍ ଅଛି ନାହିଁ ଦୁଃଖ
ମନେ ମୋର କି ଇଚ୍ଛା
ନାହିଁ ସେ ଜବରଦସ୍ତ ପ୍ରେମକୁ !
ଚାଲିଯାଅ ତୁମ ରାସ୍ତାରେ
ଯଦି ନାହିଁ ସ୍ନେହ କି ଭୟ
ମତେ ହରେଇବାକୁ !
ଆଶା ନାହିଁ ସେ ମିଛ
ସ୍ନେହ ଆଉ ଧୋକାରେ
ଜୀବନ ବଞ୍ଚିବାକୁ ! ଯାଅ !
୮୩