Jump to content

ପୃଷ୍ଠା:Kabita Phaguna.pdf/୮୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ପ୍ରେମ ଯେବେ ହୁଏ ହୃଦୟ ସିନ୍ଦୁକରୁ
ନାମ ନିଏ ସେ ଦିଗବଳୟେ ।
ଚତୁର୍ଦ୍ଦିଗ ବାସେ ରଜନୀଗନ୍ଧାରେ
ସତେ ଜୀବନ ମହକେ ପ୍ରଣୟେ ।

ସୁରୁଜ ଲାଲିମା ପରିକା ସତେ ସେ
ବିଞ୍ଚେ ମୁରୁଜ ଅବିର
ସେ ଆଭାସ ମତେ ନ ମିଳେ ତୁମଠୁ
ଫିକା ଲାଗେ ପ୍ରେମ ତୁମର ।

ବାଧ୍ୟ କରେନି ମୁଁ ତୁମକୁ ମୋ ସାଥେ
କାଟିବାକୁ ସାରା ଜୀବନ
ଯଦି ତୁମ ମନେ ନାହିଁ ମୋ ପାଇଁ ପ୍ରୀତି
କାଟିଦିଅ ଏ ଫାଶ ଚିରଦିନ ।

୮୬