ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
ପୁରୁଣା ଚିରା ସ୍ମୃତି ଛୁଇଁଯାଏ ମତେ ଫେରି
ଅଜାଡ଼ି ଦୁଇବୁନ୍ଦା ଲୁହ ଆଖିରୁ
ଟଳମଳ ହୁଏ ହୃଦୟ ସ୍ପନ୍ଦନ ଘେରି ସେ ମୁହୂର୍ତ୍ତ
ମୂର୍ଚ୍ଛନା ଖୋଜେ ସେ ଅଭୁଲା ସୁରରୁ ।
ବିତାଡ଼ିତ କରେ ଆବେଗ କୋହକୁ ଝୁଣି
ସେ ବିଗତ ଅତୀତର କମ୍ପମାନ
ଶବ୍ଦ ସବୁ ନୀରବି ନିଃଶ୍ୱାସକୁ ବାନ୍ଧେ
ତୁମ ନାମ ପାଖେ ହେଇ ମଉନ ।
କହେ ଭୁଲିଯା ସେ ସ୍ୱପ୍ନ କାଚମହଲ
ଥିଲା ସେ ବେଳାଭୂମି ବାଲିଘର
ପାଦଚିହ୍ନ ଯାଏ ଲିଭି ସେ ନିଷ୍ଠୁର ଲହରୀ
ସ୍ପର୍ଶରେ ସେମିତି ଚିହ୍ନ ମିଛ ପ୍ରତିଶ୍ରୁତିର ।
୯୩