ପୃଷ୍ଠା:Kali kirti chautisa.pdf/୧୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ଶିବ । ଗାତ୍ରାର୍ଦ୍ଧଧାରିଣି = ଅର୍ଦ୍ଧାଙ୍ଗ ଧାରିଣୀ । ଗଞ୍ଜ ନାଗଣର - ଗରିମା ବାରିଣୀ = ଦୁଃଖସମୁହର ଭାରନାଶିନୀ । ଗ୍ରହନିବ‌ହ ଶତେ = ଶର ସଂଖ୍ୟକ 'ଗ୍ରହ' । ଗ୍ରହ = ଘାତୁକ-ରିଷ୍ଟ । ଗବେଷଣା = ତ‌ତ୍ତ୍ୱନିରୂପଣ ପାଇଁ ଅନ୍ୱେଷଣ । (୪) ଘାଣ୍ଟ ଚକଟ = ଗୋଳମାଳିଆ ଘାଟ = ଦୁଃସ‌ହ ବିପତ୍ତି; ଗିରି =ସରିସଙ୍କଟ; ଦୁର୍ଗମରାସ୍ତା । ଘଟସୂତ୍ର = ବିଧାତାର ଭିଆଣ । ଘାଉ‌ଡ଼ = ଆଘାତ ପ୍ରାପ୍ତି । ସୁ-ବାଟ = ଉତ୍ତମ‌ପଥ । ବିଧାୟିନୀ = ବିଧାନ‌କାରିଣୀ । (୫) ନିଖିଳ ଅବନୀ-ନିଦାନ-ବିଧାନୀ = ସଚରାଚର ଜଗତର ତ‌ତ୍ତ୍ୱ ନିରୁପଣକାରିଣୀ । ନିୟତି = କର୍ମ୍ମର ପରିମାଣ; ଐଶିକ ନିୟମ । ନୀତି ନିଧାନୀ = ନୀତି ସକଳର ନିର୍ଦ୍ଧାରଣକାରିଣୀ । ନିର୍ମିଛୂ = ନିର୍ମ୍ମାଣ କରିଅଛୁ । ନୈପୁଣ୍ୟେ = ନିପୁଣତା ବା ପାରଦର୍ଶିତାରେ । ନ୍ୟସ୍ତ = ନର୍ଭରକରେ । ଅନୁଗ୍ରହ ପ୍ରେରିଣୀ = ଅନୁକମ୍ପା ଦାନ କାରିଣୀ । (୬) ଚନ୍ଦ୍ରମଣି-ରମଣୀ=ହର-ପ୍ରିୟା । ଚଣ୍ତୀ (ଶ:ଉ:ବ) ଭବାନୀ (ଅ:କୋ:) ଚଳମାଡ଼ୁଛିକି ? = ରାଗ ଜନ୍ମୁଛିକି? ଚର୍ଚ୍ଚିକା (ଦୁ:ସ:) ମୃଡ଼ାନୀ = (ଅ:କୋ:)