ପୃଷ୍ଠା:Kali kirti chautisa.pdf/୧୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ଚିକିତ୍ସା = ବ୍ୟାଧିର ପତୀକାର । ନିସ୍ତାରିଣୀ = ଉଦ୍ଧାରକାରିଣୀ । (୭) ଛନ୍ଦ‌ଧରା = କପଟ କରା । ଧନ୍ଦାଦୁର୍ଗତି; ଅସଲଟ ଅବସ୍ଥା । ଛୋଟ ଛୋଟାର = କ୍ଷୁଦ୍ର ପଦ‌ହୀନ ବ୍ୟକ୍ତିର । ଛଟପଟ = କଲବଲ; ବ୍ୟଥା । ଦୁରିତ = ଦୁଃଖ । ବିଦୂରିତ = ବିଶେଷତଃ ଦୁରକୁ ଘୁଞ୍ଚିବା । ଛ'ଚିନା = ଅତ୍ୟଳ୍ପ । (୮) ଜଗଦମ୍ବା = ଜଗଜ୍ଜନନୀ । ଜୀବ=ଜନ୍ତୁ = ସକଳ ପ୍ରାଣୀ । ଜଟିଳ = ଗୋଳମାଳିଅ । ଜଞ୍ଜାଳଜାଳ = ସାଂସାରିକ ଆବର୍ଜ୍ଜନା-ସମୁହ । ଜମ୍ବାଳ = ପଙ୍କ । ଜର ଜର = ଯୁକ୍ତ; ସଲବଲ । ଜ୍ୟୋତି = ତେଜ; ପ୍ରଭା (୯) ଝାଙ୍କ ଛାଡ଼ିଗଲାଣି = ମୁଁ ଖୁବ ଅସ୍ତବ୍ୟସ୍ତ ହୋଇ ଗଲିଣି; ଅବସନ୍ନ ହେଲିଣି । ଝଟିତି = ଅବିଳମ୍ବେ; ଶୀଘ୍ରେ । ବରପ୍ରଦାନୀ = ବରଦାନ‌କାରିଣୀ । ଝାଡ଼େ = ବଣରେ । ଝଗଡ଼ି ଖୁଣ୍ଟି = ପଥରୋଧକ 'ବିଘ୍ନ' ରୂପକ ଖୁଣ୍ଟି । ଝୁରୁଛି = ଦୁଃଖକରି କାନ୍ଦୁଛି ।