ପୃଷ୍ଠା:Kali kirti chautisa.pdf/୧୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ଝୁଣ୍ଟି = ଚାଲୁ ଚାଲୁ ପାଦ ଆଙ୍ଗୁଠିରେ ଆଘାତ ପାଇ । ଝିମି ଝିମି ଲାଗୁଛି = ପାଦରେ ବ୍ୟଥା ଯୋଗୁଁ ରକ୍ତ ଚାଳନ ବନ୍ଦ ହୋଇ କିମିତି କିମିତି ବୋଧ ହେଉ‌ଛି । (୧୦) ନିରକ୍ଷ=ଅରକ୍ଷଜନ । ନିର୍ବାଣ = ମୁକ୍ତି । ନିର୍ଣ୍ଣୟ କାରିଣୀ = ସ୍ଥିରକାରିଣୀ । ନିରୀହ ନରର ଶାନ୍ତ ପ୍ରକୃତିବିଶିଷ୍ଟ ଲୋକର । ନିଷ୍କୃତି = ନିସ୍ତାର । ନିଶାଣ = ପତାକା । ନିତି = ପ୍ରତ୍ୟହ । ଉଡ଼୍ଡୀୟମାନ = ଉଡ଼ୁଛି । ନାରାୟଣୀ (ଶ:ର:ବ:) । ନିବିଡ଼ ନିନ୍ଦାବାରିଣୀ = ପ୍ରବଳ ନିନ୍ଦା (ଅପବାଦ) ବିନାଶିନୀ । (୧୧) ଟଙ୍କଧର ନାରୀ = ଶିବ-ପତ୍ନୀ । ଟଙ୍କଧର (ଶ:ତ ବୋ:) । ବନବରଷଣୀ = ଆନୁକୁଲ୍ୟସମୂହ ବର୍ଷଣ କରିବାରେ ପ୍ରବୀଣା । ଟେକ = ଯଶ । ଟାଣୁଆ = ପ୍ରକାଶ; ମହାନ୍ । ସ‌ଯୋଧ୍ଯାରୁପିଣୀ = (ଦୁ:ସ:) । ଟୋପେ = ବିନ୍ଦୁଟିଏ ମାତ୍ର । ପାଦୋଦକ = ଚରଣଧୁଆ ଜଳ । ମୁର୍ଖତା ମୋଚକ = ମୃର୍ଖ ପଣିଆଁଟା ଉଣାକରିବାକୁ ସମର୍ଥ । ଟିପେ = ଅତିଅଳ୍ପ