ପୃଷ୍ଠା:Kali kirti chautisa.pdf/୧୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ସୁଦ୍ଧା । ଟାହୁଲୀ = ପରିହାସ; ଥଟା । (୧୨) ଠକମୁଣ୍ତେ = ପ୍ରବଞ୍ଚକ ବ୍ୟକ୍ତିର ମସ୍ତକେ । ଠେଙ୍ଗା = ପ୍ରହାର । ଶ୍ରେୟକାରିଣୀ = ହିତବର୍ଦ୍ଧନ‌କାରିଣୀ । ଠୁକିଜାଣୁ = ପ୍ରହାରକରିଜାଣୁ । ଠିକଣାରେ = ଯଥୋଚିତ ପ୍ରକାରେ । ଠାବ = ସ୍ଥାନ । କଲୁ ଠିକଣା = ସଜିଲି-କଲୁ ; ଯୋଗାଇ ଦେଲୁ । (୧୩) ଡ଼ରୁଆ = ଭୟାଳୁ । ଡ଼ର ହାରିଣୀ = ନିର୍ଭୀକ କରାଇବାକୁ ସମର୍ଥା । ଡ଼ହକ ବିକଳେ = ଅତ୍ୟନ୍ତ ଶୋକାକୁଳିତ‌ହୋଇ । ଡ଼କାଡ଼କିଟା = ଗୁହାରିଆ ପଡ଼ି ନିବେଦନ କରିବା ହୁରିଟା । ଡ଼ମରୁଧର-ହର-ମନୋହାରିଣୀ = ଡ଼ମରୁ ଧରିଥିବା ଶିବଙ୍କର ପ୍ରିୟତମା ମହିଷୀ । (୧୪) ଢ଼ମାଳି-ମାଳ = କିଛି ସାର ନଥିବା ରଚନା-ବଳୀ । ଢ଼ମ=ଗର୍ବର କାର୍ଯ୍ୟ । ଢ଼େପ ହୁଙ୍କେ = ଉଚ୍ଚ ବେଦି ପରି ଜାଗାରେ । ନିଃଶଙ୍କେ = ଭୟ ନଥାଇ । ତୁମ୍ପା = ଖୁବ ଉଚ୍ଚ ଶବ୍ଦକାରୀ ବାଦ୍ୟବିଶେଷ । ମାନିନୀ (ଦୁ-ସ) । (୧୫) ଅପକୀର୍ତ୍ତି