ପୃଷ୍ଠା:Kali kirti chautisa.pdf/୧୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

କାରିଣୀ = ଅପ୍ରିୟ କାର୍ଯ୍ୟ କରିବା ଦେବୀ ନୋହୁ । (୧୮) ଦଉଡ଼ି = ଧାଇଁ ଧାଇଁ । ଦେବି, = ଆଗୋ ମା ଠାକୁରାଣି , । ଦ୍ୱାରେ = ତୋ' ଦ୍ୱାରକୁ । ଦିନ ଯାତନୀ = ଅହରହ, ସର୍ବଦା । ଦଉଡ଼ି ଦେବି କି ? = ବେଳରେ ଦଉଡ଼ି ବାଦ୍ଧ ଆତ୍ମହତ୍ୟା କରିବି କି ହେଲେ ? । ଦେବ ଦେବ ଅର୍ଦ୍ଧାଙ୍ଗୀ = ମହାଦେବଙ୍କ ଅର୍ଦ୍ଧାଙ୍ଗ ନାରୀ । ଦୌଜିନ୍ୟ = ଦୁଷ୍ଟାମି । ଦୀନହୀନ ଜନ = ଅକିଞ୍ଚନ ଜନ । (୧୯) ଧ୍ୱାନ୍ତ ଧ୍ୱଂସନ ଧ୍ୱଜ = ଅନ୍ଧକାର (ପାପାନ୍ଧକାର, ବା ଅଜ୍ଞାନାନ୍ଧକାର) ବିକାଶ କରି ଉ‌ଡ଼ାଇବ ଯଜ୍ଞପତାକା । ଧରାଭାରା-ହାରିଣୀ = ପୃଥ୍ୱୀଗୁରୁତା ବିନାଶନୀ । ଧରାଧରାଧୀଶ୍ୱର (ଧରାଧର + ଈଶ୍ୱର = ଧରାଧରାଧାଶ୍ୱର) = ପର୍ବତ ଶ୍ରେଷ୍ଠ ହିମାଳୟ ) ଧନ୍ୟାକନ୍ୟା = ଅତ୍ୟୁତ୍ତମା କୁମାରୀ । ଭବର = ସଂସାଇର । ଧରୀଣ = ବିଶିଷ୍ଟକର୍ମ୍ମନିର୍ବାହକ ; ଅତିବଡ଼ କାର୍ଯ୍ୟଦକ୍ଷ । ଭବ =ଶିବ । ପ୍ରେମକାରିଣୀ = ପ୍ରିୟତମା । (୨୦) ନ‌ଗରୀ ନବୀନାଙ୍କ । ନ‌ଗର