ଏହି ପୃଷ୍ଠାଟି ବୈଧ ହୋଇସାରିଛି
ମାତ ମାହେଶ୍ୱରି । ତୋ ଏ କୀର୍ତ୍ତି କବିତା
ଲାଞ୍ଜିଗଡ଼ି ବସୁଧା-ଧବ, ଧୁରନ୍ଧର -
ସାହିତ୍ୟିକ, ସରବ ସଦ୍ଗୁଣ-ସବିତା-
'ମାହେଶ୍ୱରୀ' ପ୍ରସାଦ ସିଂହ'ଙ୍କ ଶ୍ରୀକର -
କମଳରେ ଉତ୍ସର୍ଗକରୁଛି ଏ ଦୀନ
ମନାସି ସେ ଅଧିପ ସର୍ବ ଅଭ୍ୟୁଦୟ,
ଯା'ଙ୍କ ନାମେ ତୋ'ପୂତ 'ପ୍ରସାଦ' ଆସୀନ -
ହୋଇ କରେ ଭୁବନେ ପ୍ରମୋଦ ଉଦୟ ।
ଧରାକୋଟ,
(ଗଞ୍ଜାମ)
ତା - ୨୫-୧୧-୧୯୩
(କାର୍ତ୍ତିକ ପୂର୍ଣ୍ଣିମା)
'ଦିନ ପ୍ରଣେତା' ।