ପୃଷ୍ଠା:Kali kirti chautisa.pdf/୨୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

କର୍ମ୍ମ ସାଧନାରେ କୁଶଳୀ ) । ଷଷ୍ଠୀ, ଲମ୍ବା, ରମ୍ଭା (ଶ-ର-ବ) । ଅମ୍ବା (ଆ-ଦେ) । ଷୋଡ଼ଶୀ (ଶ-ତ-ବୋ) । ଷଡ଼ଯନ୍ତ୍ର ନାଶ ପ୍ରେଷିଣୀ = କପଟାଚରଣର ବିନାଶ ପେଷଣ ସମର୍ଥ । ଷଡ଼ାନନ ଜନନୀ =କାର୍ତ୍ତିକେୟ ମାତା । ଷଡ଼୍ଗୁଣା = ସନ୍ଧି, ବିଗ୍ରହ, ଦ୍ୱୈଧ, ଆଶ୍ରୟ, ଯାନ, ଆସନ - ଏହି ଛ'ଟା ଗୁଣ ୟାଙ୍କର ଥାଏ । ଷଡ଼୍ଗର୍ଶନୀ = ମୀମାଂସା, ବେଦାନ୍ତ ସାଂଖ୍ୟ, ପାତାଞ୍ଜଳ, ନ୍ୟାୟ, ବୈଶେଷିକ - ଏହି ସକଳ ଶାସ୍ତ୍ରବ୍ୟୁତ୍ପନ୍ନା । (୩୨) ସର୍ବମଙ୍ଗଳା (ଅ: କୋ) ସନ୍ଧ୍ୟା, ସନାତନୀ, ସୁନ୍ଦରୀ, ସାଧ୍ୱୀ, ସତ୍ୟା, ନନ୍ଦିନୀ, ସଂବତ୍ସରା, ସିଦ୍ଧବିଦ୍ୟା, ଈଶ୍ୱରା, ସର୍ବାଙ୍ଗୀ (ଦୁ-ସ) ସତୀ, ସାତ୍ୱିକୀ, ସିଂହରଥା (ଶ-ର-ବ) । ସୁର ବନ୍ଦିନୀ = ଦେବଗଣ ପୂଜ୍ୟା । (୩୩) ହୈମ‌ବତୀ = (ଅ-କୋ) । ହରବଲ୍ଲଭା = (ଦୁ-ସ) । ହେରମ୍ବ = ଗଣେଶ । ହେରମ୍ବ ଜନ‌ନୀ, ହିଣ୍ତୀ (ଶ-ର-ବ) ହ୍ରୀ [କ: କ] ଜିହେଇ ଇତି 'ହ୍ରୀ'= ଏ ଲଜ୍ଜିତା