ପୃଷ୍ଠା:Kali kirti chautisa.pdf/୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ଚନ୍ଦ୍ରମଣି-ରମଣି ! ଚଣ୍ତି ! ଭବାନି ।
ଚଳ ମାଡ଼ୁଛି କି ଚର୍ଚ୍ଚିକା । ମୁଡ଼ାନି?
ଚିକିତ୍ସା ଜାଣୁ ବୋଲି ଚରଣେ ଚିତ୍ତ ଦେଲି
ଚିର-ଚାକରର ଏକ ନିସ୍ତାରିଣି ! ।୬।

ଛନ୍ଦ‌ଧରା ନ‌କର ଧନ୍ଦା-ହାରିଣି!
ଛୋଟ ଛୋଟାର ଛଟପଟ ବାରିଣି ।
ଛାର ମୋର ଦୁରିତ ନୁହେ ହା । ବିଦୁରିତ
ଛ' ଚିନା କୃପାକର କୃପା-କାରିଣି ।୭।

ଜଗଦମ୍ବା !ଜୀବ-ଜନ୍ତୁ-ଉଦ୍ଧାରିଣ!
ଜଟିଳ ଜଞ୍ଜାଳ ଜାଳ-ନିବାରିଣି !
ଜମ୍ବାଳ ଜର ଜର ହେବା ମୁଖେ ଜନର
ଜନ‌ନି ଗୋ। ତୁ ଜ୍ୟୋତି-ଜନ୍ମ କାରିଣୀ ।

ଝାଙ୍କ ଛାଡ଼ିଗଲାଣି ଭବେ ଭବାନି
ଝାଟିତି ମା । ହେବୁ ତୁ 'ବର-ପ୍ରଦାନୀ';