ପୃଷ୍ଠା:Kali kirti chautisa.pdf/୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ଝାଡ଼େ ଝଗଡ଼ି-ଖୁଣ୍ଟି ଝୁରୁଛି ହା !! ମୁଁ ଝୁଣ୍ଟି ।।
ଝିମି ଝିମି ଲାଗୁଛି ବ୍ୟଥା-ହାରିଣି ! ।୯।

ନିରକ୍ଷ-'ନିର୍ବାଣ' ନିର୍ଣ୍ଣୟ କାରିଣି ।
ନିରୀହ ନରର ତୁ ନ୍ୟାୟ-ପ୍ରେରିଣୀ ।
ନିଷ୍କୃତିର-ନିଶାଣ ନିତି ଉଡ଼୍ଡ଼ୀୟମାନ;
ନାରାୟଣି ! ନିବିଡ଼-ନିନ୍ଦା-ବାରିଣି ! ।୧୦।

ଟଙ୍କଧର-ନାରି !'ବର' ବରଷିଣି !
'ଟେକ' ଟାଣୁଆଁ ତୋ' ଅଯୋଧ୍ୟା-ରୂପିଣି !
ଟୋପେ ଜୋ' ପାଦୋଦକ ମୋ' ମୂର୍ଖତା-ମୋଚକ
ଟିପେ ଟାହୁରୀ ନୁହେ ଜଗତ୍କାରିଣି ! ।୧୧।

ଠକ-ମୁଣ୍ତେ ତୋ' ଠେଙ୍ଗା ଶ୍ରେୟକାରିଣି !
ଠୁକି ଜାଣି ଠିକଣାରେ ଠାକୁରାଣି!
'ଠାବ' କଲୁ ଠିକଣା; 'ନାବ' କରୁଛୁ କଣା!
ଠିଆକରୁ କିଆଁ ତ୍ରିଶୂଳ-ଧାରିଣି ? ।୧୨।