ପୃଷ୍ଠା:Kali kirti chautisa.pdf/୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ଡ଼ରୁଆ-ନର ମୁଁ; ତୁ 'ଡ଼ର ହାରିଣୀ' ;
ଡ଼‌ହକ ବିକଳେ କେତେ ଡ଼ାକିଲିଣି;
ଡ଼କାଡ଼କିଟ ମୋ'ର ନପଡ଼େ କାନେ ତୋ'ର
ଡ଼ମରୁ ଧର-'ହର'-ମନୋହାରିଣି ! ।୧୩।

ଢ଼ମାଳି-ଗାଲା ମୁଁ ମୋ' ଢ଼ମ କମିଣି;
ଢ଼େପ ହୁଙ୍କେ ନିଃଶଙ୍କେ ଉଠିଗଲିଣି;
ଢ଼ଳି ଗଜେ ମୁ ଦେବି ! ଢ଼ାଳି ନିନ୍ଦା କି ଦେବି ?
'ଢ଼ୁମ୍ପା' ବାଜିବ କି ତୋ' ନାମେ ମାନିନି ? ।୧୪।

ଅପକୀର୍ତ୍ତି ବିଲୋଇତ କି ଅବନୀ ?
'ଅପଘନ ମୋ' ମାଗୋ ! 'ଜୀବ-ଯବନୀ;
ଅପାରାଗ ତୁ ନୋହୁ; ଅପରାଧ ମୋ ଧାଉ,
ଅପାର ଖେଦ ଅପନୋଦ-କାରିଣି ! ।୧୫।

ତଡ଼ିତ-ଜବେ ଯିବା 'ଜୀବ' ଏଷଣି !
ତକାଇ ତ ତୋ' ପାଶେ ଧକାଇଲିଣି;