ପୃଷ୍ଠା:Kapata Pasha.pdf/୧୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ନିଲ୍ଲଜ ହୋଇ ଜୀଅଁ କିମ୍ପାଇ ପାଣ୍ତବ ପାଞ୍ଚଜଣ । ୧୧ ।

ଲଜ୍ଜା ତୁମ୍ଭର ନାହିଁ ମୁଖର ଜଣେ ରଖିଲ ନାହିଁ ।
ତୁମ୍ଭକୁ ଆଶ୍ରେ କରିଣ ମୁହିଁ ଅନାଥ ହୋଇଲଇଁ ॥

ତୁମ୍ଭେ ମହତ ବୋଲି ବହୁତ ଆଶ୍ରେ ମୁଁ କରିଥିଲି ।
ଅନାଥ ନାରୀ ପରାୟେ ହୋଇ ବିଅର୍ଥେ ଦିନ ନେଲି ॥

ଲକ୍ଷେ ନୃପତି ମଧ୍ୟରୁ ମୋତେ କିମ୍ପା ଆଣିଲ ଜିଣି ।
ପାଞ୍ଚ ଗେରସ୍ତ ଥାଉଁ ମୋ କେଶ ଧରିଲା ଦୁଃଶା ପୁଣି ॥

ଧିକ ତୁମ୍ଭର ଗଦା କୋଦଣ୍ଡ ଧିକ ତୁମର ବାହା ।
ପାମର ଦୁଃଶା ଉଲଗ୍ନ କରେ ଜଣେ ନୋହିଲେ ସାହା ॥

ଦ୍ରୌପଦୀର ଅ କଟୁଗୀର ଶୁଣିଣ ବୃକୋଦର ।
ସାହି ନ ପରି ଉଠିଲା ବୀର ଦେଇଣ ଆଣ୍ଠୁଭାର ॥

ରେ ରେ ଶବଦ କରିଣ ବୀର ଛାଡିଣ ଦୀର୍ଘରଡି ।
କି ଅଦଭୁତ ହୋଇ ମନ୍ଦରଗିରି ପଡିଲା ଝଡି ॥

ଲକ୍ଷ ଯୋଜନ ଜମ ଭୁବନ ଆସ୍ଥାନ ତେଜି ଗଲା ।
ମେରୁ ସହିତେ ଭୂମି ସପତ ପାତଳ କମ୍ପିଗଲା ॥

ଭୀଷ୍ମ ଦ୍ରୌଣହିଁ ସହିତେ ତହିଁ ସଭାରେ ବସିଥିଲେ ।
ଭୀମ ତର୍ଜନ ଗର୍ଜନ ଶୁଣି ଆସ୍ଥାନ ଛାଡି ଦେଲେ ॥

ଭୀଷ୍ମ କହନ୍ତି ଦ୍ରୌଣ ଶୁଣନ୍ତି ହେ ଗୁରୁଦେବ ଦେଖ ।
ଏ ଭୀମସେନ କୁପିତମନ ଦେଖି ଦ୍ରୌପଦୀର ଦୁଃଖ ॥

ଏକ ଯୁଧିଷ୍ଠି ଦେବା ଆଜ୍ଞାଟି ଯେବେ ତାହାକୁ ଦେବ ।
ଏ ଦୁର୍ଯ୍ୟୋଧନ ସହିତେ ସୈନ୍ୟ କ୍ଷଣକେ ବିନାଶିବ ॥

ରଣେ ଶରଣ ବୋଇଲେ ଭୀମ ଦ୍ୱିଗୁଣ କରି ମାରେ ।
କ୍ଷତ୍ରିୟ ପରେ ଦ୍ୱିତୀୟ ଯମ ବୋଲାନ୍ତି ବୃକୋଦରେ ॥

ଦୁର୍ଯ୍ୟୋଧନର ସଭା ନିକଟେ ଥିଲା ଯେ ଦୁଃଶାସନ ।
ଭୀମ ଗର୍ଜନ ତର୍ଜନ ଶୁଣି ମିଳିଲା ସନ୍ନିଧ୍ହାନ ॥

କ୍ରୋଧେ ବୋଇଲେ ଭୀମକୁ ଚାହିଁ କିରେ ପାମର ବାଇ ।
ଗତ ଆଗତ କଥାରେ ମତ ନ ଜାଣୁ କିରେ ତୁହି ॥

ଯେତେ ସେବକ ମାତର ଲୋକ ହୋଇଲା ପାଞ୍ଚଜଣ ।
ନିଲ୍ଲଜ ହୋଇ ଜୀଇଁ କିମ୍ପାଇ କରୁଛ ଏତେ ଟାଣ ॥

ଯେ ଯେଉଁ ସେବା ତାହା କହିବା ପାଣ୍ଡବ ପାଞ୍ଚଭାଇ ।
ପ୍ରମାଣ କଥା ଗୋଟାକୁ କିମ୍ପା ଦ୍ୱନ୍ଦ କରୁଛୁ ତୁହି ॥

ଧର୍ମ ଯୁଧିଷ୍ଠିର ନ ପରେ ଉଠି ବସିଲାଠାରେ ଥାଇ ।
ରଥ ଦଉଡା ଯେତକ ଲୋଡା ନିତ୍ୱ ବଳିବ ସେହି ॥

ଅର୍ଜୁନ ବୀର ରୋଷ ଘରର ହୋଇବ ସୁପକାର ।
ତୁ ବୃକୋଦର ଭିତରପୁର ଦେବୁ ନିରତେ ନୀର ॥

ନକୁଳ ବୀର ସିଂହଦୁଆରେ ଜଗିନ ବସିଥିବ ।
ଜାରଜାତକା ପାଣ୍ଡବେ ଆମ୍ଭ ସେବାରେ ଦିନ ନେବ ॥

ଏ ମନ୍ତ୍ରୀବର ପଣ୍ଡୁ କୁମର ଆମ୍ଭର ସାନ ଭାଇ ।
ଅର୍ଦ୍ଧେକ ରାଜ୍ୟ ଏହାକୁ ଦେଇ କରିବା ନୃପସାଇଁ ॥