ପୃଷ୍ଠା:Kapata Pasha.pdf/୧୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ସ୍ତମ୍ଭୀତ ହେଲା ଯେ । ପୁଛନ୍ତି ଦୀନନାଥ ସାରଥି ଚାହିଁ । କିମ୍ପାଇଁ ଶୂନ୍ୟେ ରଥ ଚଳଇ ନାହିଁ ହେ ।। କେଉଁ ପାପିଷ୍ଠ ମୋର ଛୁଇଁଲା ଯାନ । କିମ୍ପାଇ ରଥ ନ କରଇ ଗମନ ହେ । ସାରଥି ବୋଲେ ଦେଇ ଶୁଣ ଏକାନ୍ତ । ଦ୍ରୌପଦୀ ଡାକୁଛନ୍ତି ହୋଇ ଆରତ ହେ ।। ସତୀକି ଆଣି କୁରୁସଭା ମଧ୍ୟର । ଉଲଗ୍ନ କରୁଅଛି ଦୁଃଶା ପାମର ହେ । ଦ୍ୱାରକା ତେଜି ଆସିଛନ୍ତି ଶ୍ରୀପତି । ବସନ ପାଇଁ ଦେବୀ କରନ୍ତୁ ସ୍ତୁତି ହେ ।। ଶୁଣି ତା ଦିନନାଥ ହୋଇ ସନ୍ତୋଷ । ଛାୟା ମାୟା ଦୁହିଁଙ୍କୁ ରାଇଲେ ପାଶ ଯେ । ବୋଇଲେ ବେନିଜନେ ଯାଅ ବ‌ହନ । ଆମ୍ଭ ଭଣ୍ତାରୁ ନେଇ ଦିଅ ବସନ ଯେ । ପାଟପତନୀ ଝୀନ ବସନ ଶାଢ଼ୀ । ଛପନ କୋଟି ବସ୍ତ୍ର ଦିଅ ସଜାଡ଼ି ଗୋ । ଦ୍ରୌପଦୀ ସନ୍ନିଧକୁ ବ‌ହନ ଚଳ । ଉଲଗ୍ନ କରୁଅଛି ଦୁଃଶା ପାମର ଗୋ ।। ଅଦୃଶ୍ୟ ହୋଇ ଦେବୀ ପାଖେ ରହିବ । ବିବସ୍ତ୍ରକାଳେ ବସ୍ତ୍ର ଖଞ୍ଜାଇ ଦେବ ଗୋ । ଶୁଣି ସେ ଛାୟା ମାୟା ବ‌ହନ ଗଲେ । ଭଣ୍ତାରୁ ବସ୍ତ୍ର ଘେନି ବାହାର ହେଲେ ଯେ ।। ପ୍ରବେଶ ହେଲେ ଯାଇଁ ଦ୍ରୌପଦୀ ପାଶ । କ‌ହଇ ଭୀମ କୃଷ୍ଣ ଚରଣେ ଆଶ ହେ ।।


ଦଶମ ଛାନ୍ଦ
ରାଗ-ପାହାଡିଆ କେଦାର

ସଭାରେ ଦୁର୍ଯ୍ୟୋଧନ ରାଜନ ଡାକିଲା ଆରେ ରେ ଦୁଃଶାସନ କର ଗମନ ଫେଡ ଦ୍ରୌପଦୀ ଅଙ୍ଗୁ ବସନ ରେ । ଦେଖିବା ତାର ବଦନ ସ୍ତନ ସୁନ୍ଦର ଯଉବନ ଜଘନ କେମନ୍ତେ ଆଜ ରଖିବେ ଶ୍ରୀ ଭଗବାନ ରେ । ଏମନ୍ତ ଆଜ୍ଞା ଯହୁଁ ଦେଲା ରାଜନ ଯେ । ଶୁଣି ଉଠିଲା ଦୁଃଶା ପାମର ହୀନଯେ । କରେ ଉଛୁଡି ଅଙ୍ଗୁ ବସନ କାଢଇ ଧୃତରାଷ୍ଟ୍ର ନନ୍ଦନ ଖଣ୍ଡେ କାଢନ୍ତେ ଖଣ୍ଡେକ ପୁଣି ଦେଖେ ନୟନ ଯେ ।୧ । ଦେଖିଣ ଦୁଃଶାସନ ଚକିତ ହୋଇ ଦୁର୍ଯ୍ୟୋଧନ ଅଗ୍ରତେ ଭୋ ଦେବ ତୁମ୍ଭେ ଶୁଣିମା ଭାନୁମତୀର କାନ୍ତ ହେ । ଦ୍ରୌପଦୀ ଅଙ୍ଗେ ବସ୍ତ୍ର ବହୁତ ଏକ କାଢନ୍ତେ ଏକ ଉଦିତ ଏ ଆଚମ୍ବିତ କଥା ତଦନ୍ତ ବୁଝ କେମନ୍ତ ହେ । ଶକୁନି ମୁଖ ଚାହିଁ ଗାନ୍ଧାରୀ ସୂତା ଯେ । ବୋଇଲେ ମାମୁଁ କହ ଏଥି ତଦନ୍ତ ଯେ । ଶକୁନି କହେ ହେ କୁରୁନାଥ ପାଞ୍ଚ