ପୃଷ୍ଠା:Kapata Pasha.pdf/୧୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ପାଣ୍ଡବ ତାର ଗେରସ୍ତ ପାଞ୍ଚଙ୍କ ପାଇଁ ପାଞ୍ଚ ପ୍ରକାର ପିନ୍ଧଇ ନେତ ହେ ।୨। ଏମନ୍ତ କୂଟ କପଟ ବାଣୀ ପାଞ୍ଚି କ‌ହିଲା ଯ‌ହୁଁ ଶକୁନି ଶୁଣି ହରଷ ହୋଲା କୁରୁକୂଳ ରାଜନ ଯେ। ଏହି ବଚନ ଶୁଣି ରାଜନ ଦୁଃଶାକୁ ଚାହିଁ ବୋଲେ ବଚନ ଉଠ ବ‌ହନ ତୁରିତେ ପାଇ ଫେଡ଼ ବସନ ରେ । ଶୁଣି ତା ଦୁଃଶା ଉଠି ଗଲା ତ୍ୱରିତ ଯେ । ପୁଣି କାଢିଲା ଅଙ୍ଗୁ ବସ୍ତ୍ର ବହୁତ ହେ । ପ୍ରଥମ ଖଣ୍ଡ ପକାନ୍ତେ କାଢି ଦ୍ୱିତୀୟ ଖଣ୍ଡ ଆଛଇ ଜଡି ଏମନ୍ତ କାଢି ପକାଇ କ୍ଷତ୍ରି ଭାବଇ ଚିତ୍ତ ଯେ । ୩ । ନଟକାରଙ୍କ ପରାୟେ ହୋଇ ଯେସନେ ସତୀ ମତି ଭ୍ରମଇ କୁରାଳଚକ୍ରେ ମୂର୍ତ୍ତିକା ଦେଇ ଯେହ୍ନେ ଭ୍ରମଇ ହେ । ପଡୁଛି ପାଟ ପଟନୀ ନେତ ରଙ୍ଗ ଶୁକଳ ଅନେକ ବସ୍ତ୍ର ଗୋଟିକି ଗୋଟି ବସନ ଦୁଃଶା କାଢି ପକାଇ ହେ । ବସ୍ତ୍ର ଫେଡିଲା ବାର ଦ୍ୱାଦଶ ଘଡି ଯେ । ତାଟକା ହୋଇ ଆଉ ନ ପାରେ କାଢି ଯେ । ଅନାଇଥିଲା କୁରୁରାଜନ ଦେଖିବ ବୋଲି ସତୀ ବଦନ ଯହିଁକି ଚାହେଁ ତହିଁ ବସନ ଅଛି ଜଡି ଯେ । ୪ । ସଭାରେ ଥିଲେ ଗଙ୍ଗା ନନ୍ଦନ ବୋଇଲେ ଶୁଣ କୁରୁରାଜନ କେତେ ହେ କରୁଛ ହୀନମାନ ନାରୀ ରତନ ଯେ । ଯାହାକୁ ସାହା ଶ୍ରୀ ଭଗବାନ ତୁ କି ତାହାକୁ ଅଟୁ ଭାଜନ ଅନଳ ନେତ୍ରେ ଚାହିଁଲେ ତୁ ହେବୁ ଦହନ ଯେ । ନ କାଢ ଆଉ ସତୀ ଅଙ୍ଗୁ ବସନ ଯେ । ଜୀବନେ ଆଶାଥିଲେ ତେଜ ବହନ ଯେ । ଭାନୁମତୀ ଯେ ତୋହର ପାଟରାଣୀ ସେ କେତେ ପିନ୍ଧିଛି ପାଟ ଏ ଅଟେ ଗୋବିନ୍ଦଙ୍କ କପଟ ବୁଝ ରାଜନ ହେ । ଭୀଷ୍ମ ବଚନ ଶୁଣି ରାଜନ ଡାକିଲା ଆରେ ରେ ଦୁଃଶାସନ ନ କାଢ କୃଷ୍ଣା ଅଙ୍ଗ ବସନ ଘେନ ବଚନ ଯେ । ଦ୍ରୌପଦୀ ଦେବୀ କୁପିତ ମନ ବୁଲାଇ ଯଦି ଅଗ୍ନି ନୟନ ଚାହିଁବେ ସବୁ ହେ ଦହନ ଅସ୍ଥାନ ଜନ ଯେ । ଈକ୍ଷଣ କର ଦେବୀ ସଭା ବଚନ ସେ ଭାବନ୍ତି ବସିଛନ୍ତି ମୋ ଗୁରୁଜନ ଯେ । ପୁଣି ଚିନ୍ତନ୍ତି ସର୍ବେ ପୁରୁଷ ଏହାଙ୍କୁ ଯେବେ କରିବି ନାଶ ଏଥିରେ ନ ଲଭିବି ମୁଁ ଯଶ ବୁଝି ଏସନ ଯେ । ଏ ରୂପେ ମନେ ମନେ ବିଚାରି ପ୍ରଳୟ ଅଗ୍ନି ନେତ୍ରେ ବିସ୍ତାରୀ ଚାହାଁନ୍ତେ ଦୁର୍ଯ୍ୟୋଧନ ନବରେ ପଡିଲା ଯାଇ ଯେ । ପବନଘାତ ପାଇ ହୁତାଶ ପୋଡିଲା ନଗ୍ର ପୁର ଉଆସ ଦେବୀ ବଚନେ ସେ ରାଣୀହଂସ ପୁର ଦହଇ ଯେ । ସମସ୍ତ ନାରୀମାନେ ସଭୟ ହୋଇ ଯେ । ବ୍ୟସ୍ତେ ବସନ ତେଜି ଗଲେ ପଳାଇ ଯେ । ଭାନୁମତୀର