ପୃଷ୍ଠା:Kathalahari (RN Das, 1927) opt.pdf/୧୦୨

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୯୩
କଳାରାଜନ କଥା ।

ଖାଇଥାନ୍ତ କୁଆଡ଼େ ଗଲ । ଏମାନେ ଡାକ ଶୁଣି ଦଉଡ଼ି ଆସିଲେ କ‌ହିଲେ ମା କଣ, କାହିଁକ ଡାକୁଚୁ ? ଏ କହିଲା ତେମେମାନେ ଯାଅ, ଦଉଡ଼ ମୁଁ ଘୋଡ଼ା ଲାଙ୍ଗୁଡ଼ରେ ସୋରିଷ ବାନ୍ଧି ଦେଇଚି, ଗଛ ଉଠି ଯାଉଥିବ, ଫୁଲ ଫୁଟି ଯାଉଥିବ, ସେଇ ବାଟକୁ ଚାହିଁ ଚାହିଁକା ଦଉଡ଼ିକ ଯେ ସେ ଚାରି ଭେଣ୍ଡାଙ୍କୁ ପାଇବ । ଏ ସାତଝିଅଯାକ ଦଉଡ଼ିଲେ, ଯାଇ ଘୋଡ଼ା ପଛରେ ଲାଗିଲେ । ଏମାନେ ଅନାଇ ଦେଲାବେଳକୁ ଅସୁରୁଣୀ ସାତଟା ଆସି ଘୋଡ଼ା ପଛରେ ଲାଗି ଗଲେଣି । ଏ ଚାରି ସଙ୍ଗାତ କ‌ହିଲେ ନିଶ୍ଚୟ ସେମନ୍ତ ସତ୍ୟଯୁଗ ହୋଇଥିବ ଆମ୍ଭ ପଛରେ ଖାଲି କଣ୍ଟାବଣ ହୋଇଯିବ । କଣ୍ଟାବଣ ହୋଇଗଲା ଯୋଉଠୁ ସବା ବଡ଼ ଭଉଣୀ ରହିଲା ଆଉ ଛ ଭଉଣୀ ଫେରି ଆସିଲେ, କଣ୍ଟାରେ ପଶି ପାରିଲେ ନାହିଁ । ଏ କଣ କରୁଥାଏ କଣ୍ଟା ସବୁ ଦାନ୍ତରେ କାଟିପକାଉଥାଏ, ଏମାନଙ୍କ ପଛେ ଦଉଡ଼ୁଥାଏ । ଫେର୍ ଏମାନଙ୍କ ପଛରେ ଲାଗିଗଲା । ଏମାନେ କ‌ହିଲେ ଯେବେ ସତ୍ୟଯୁଗ ହୋଇଥିବ ସବୁ ଅଗ୍ନିମୟ ହୋଇଯିବ । ସବୁ ଅଗ୍ନିମୟ ହୋଇଗଲା । ଅସୁରୁଣୀ ଛେପ ପକାଇ ପକାଇ ନିଆଁକୁ ଲିଭାଇଦେଲା, ଏମାନଙ୍କ ପଛରେ ମିଶି କଟୁଆଳ ପୁଅକୁ ଆଉ ତା ଘୋଡ଼ାକୁ ଖାଇଗଲା । ବାକି ତିନି ସଙ୍ଗାତ ପଳାଉଚନ୍ତି, ଏ ତାଙ୍କ ପଛେ ଦୌଡ଼ୁ ସାଧବପୁଅକୁ ମନ୍ତ୍ରୀପୁଅକୁ ଖାଇଦେଲା । ରଜାପୁଅ ସମସ୍ତଙ୍କ ଆଗରେ ଥାଏ । ସେଠାରେ ଗୋଟାଏ ଆମ୍ବଗଛ ଥିଲା ତହିଁରେ ଚଢିଗଲା କ‌ହିଲା ହେ ବୃକ୍ଷରାଜ, ନିଶ୍ଚୟ ସତ୍ୟ‌ଯୁଗର ଯେବେ ହୋଇଥିବୁ ତୁ ଫାଟ ଯିବୁ ମୁଁ ପଶିଯିବି । ରଜାପୁଅ ଆମ୍ବଗଛଭିତରେ ରହିଲା, ଅସୁରୁଣୀ ତା ଘୋଡ଼ାଟିକି ଖାଇଦେଇ ସେହି ଗଛମୂଳେ ବସି ରହିଲା । ଗୋଟୋଏ ଦିବ୍ୟସୁନ୍ଦର ରାଣୀ ବେଶଧରି ବସିଲା, ମିଛେ କାନ୍ଦୁଥାଏ । ରଜା ଆସିଥିଲେ ପାରିଧିକି, ତାଙ୍କ ଉପରେ ଲୁହ ପଡ଼ିଲା । ରଜା କହିଲେ