ପୃଷ୍ଠା:Kathalahari (RN Das, 1927) opt.pdf/୧୦୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୯୪
ଉତ୍କଳ କାହାଣୀ ସଂଗ୍ରହ ।

ଚାଖୁଣିଆକୁ, ଚାଖିବୁଟି କାହା ଲାଖ୍ କନ୍ୟା । ଚାଖୁଣିଆ ଚାଖିଲା, କ‌ହିଲା ଛାମୁଙ୍କ ଲାଖ୍ । ରଜା ସେଉଠୁ ସେ ଅସୁରୁଣିକୁ ସାଙ୍ଗରେ ନେଇ ଘରକୁ ଗଲେ, ବିଭାହେଲେ ରହିଲେ । ଅସୁରୁଣୀ ରଜାକୁ କ‌ହିଲା ମୁଁ ଯେଉଁ ଆମ୍ବଗଛତଳେ ବସିଥିଲି, ତାକୁଆଣ ମୋ ଆଗରେ ଗଦାକର । ରଜା ଧୋବାକୁ ହୁକୁମ ଦେଲେ ଗଛକୁ କାଟିଆଣି ରାଣୀଙ୍କ ଆଗେ ଗଦାକରିବାକୁ । ଧୋବା ଗଲେ ଗଛକୁ ହାଣିଲେ । ସେ ରଜାପୁଅର ନା କଳାରାଜନ । ସେ ଗଛରେ ଥାଇ କ‌ହିଲା, ତୁ ଯେମନ୍ତ ସତ୍ୟଯୁଗର ଆମ୍ବଗଛ ହୋଇଥିବୁ ଏହିକ୍ଷଣି କେଣ୍ତିଏ ବଉଳିବୁ, ଚଣା ଫୁଟିବ, ଆମ୍ବହେବ, ପାଚିବ ମୁଁ ତ‌ହିଁରେ ପଶିବି, ସେ ଆମ୍ବଟି ଏହି ବେଣ୍ଟପୋକରୀକି ଝଡ଼ିପଡ଼ିବ । ସତକୁସତ ସେହିଆ ହେଲା, କଳାରାଜନ ଆମ୍ବ ଭିତରେ ପଶି ବେଣ୍ଟପୋଖରୀକି ଝଡ଼ି ପଡ଼ିଲା । ଧୋବାମାନେ ସେ ଗଛକୁ ହାଣିହୁଣି ରାଣୀଙ୍କ ଆଗେ ଜମା କରିଦେଇଗଲେ । ଅସୁରୂଣୀ ଖଣ୍ତକୁ ଖଣ୍ତ କାଠ କଡ଼ମଡ଼ କରି ଚୋବାଉଥାଏ, କ‌ହୁଥାଏ କାଠେଇଖିଆ ଏଥିରେତ ନାହିଁ ଏହିପରି କରି ଗଛକ କାଠ ଚୋବାଇଲା । ଯେଉଁ ଧୋବା କାଠକାଟିବାକୁ ଆସିଥିଲେ ସେ କ‌ହିଲେ ମଣିମା, ଗୋତିଏ କଥା କ‌ହିବାକୁ ଭୟ ଲାଗୁଚି, ଆମେ ଯେତେବେଳେ ସେ ଗଛକୁ ପକାଉଥିଲୁଁ ସେ ଗଛ ସେହିକ୍ଷଣି ବଉଳିଲା, ଚଣା ହେଲା, ଗୋଟିଏ ଆମ୍ବହେଲା ପାଚିଲା, ସେ ପୋଖରୀରେ ଛିଡ଼ି ପଡ଼ିଲା । ଅସୁରୁଣୀ କ‌ହିଲା ସେଇଥିରେ ତ କାଠେଇଖିଆ ଗଲା ବାହାରି ଏଥିକି କୋଉଠୁ ଆସିବ ? ଗଲା ରଜାଙ୍କୁ କ‌ହିଲା, ଗଛମୂଳେ ସେ ଯେଉଁ ବେଣ୍ଟପୋଖରୀ ଅଛି ତ‌ହିଁରେ ଯେତକ ମାଛ କଇଁଛ ଗେଣ୍ତା ଅଛନ୍ତି ମୋ ପାଖକୁ ସବୁ ଆସିବ, ପଙ୍କ ଛଡ଼ା । କେଉଟ ଗଲେ ପୋଖରୀଟାର ପାଣି ବୁହାଇଲେ, ଯେତେ ମାଛ କଇଁଛ ଥିଲେ ସବୁ ଆଣି ଅସୁରୁଣୀକୁ ଦେଲେ, ଆଉ ବଡ଼ ମାଛ ଦୋଟି, ତାଙ୍କ ନା ରାଘବ ତିଳକ, ସେ ଦୋଟିକି ବଡ଼ରାଣୀଙ୍କ